ନବରଙ୍ଗପୁର: ସମସ୍ୟାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମାଧାନ ପାଇଁ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ତରଫରୁ ରାଲି ଏବଂ ଦାବିପତ୍ର ପ୍ରଦାନ । ବିସ୍ଥାପିତଙ୍କ ଦାବି ନେଇ ଗତ ୨୦୦୮ ମସିହାରୁ ଆନ୍ଦୋଳନ ଚାଲିଛି । ସରକାର ବିସ୍ଥାପିତଙ୍କ ଜମି ନିମନ୍ତେ ପ୍ରଦାନ କରାଯାଉଥିବା ଟଙ୍କା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ ।
କଳାହାଣ୍ଡି ଜିଲ୍ଲାର ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଉଛି । କିନ୍ତୁ ନବରଙ୍ଗପୁର ଜିଲ୍ଲାର ବିସ୍ଥାପିତଙ୍କ ସମସ୍ୟା ପ୍ରତି ସରକାର ଅଣଦେଖା କରୁଛନ୍ତି ଏବଂ କୌଣସି ବି କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ । ବିସ୍ଥାପିତଙ୍କୁ ସେମାନଙ୍କ କ୍ଷତିପୂରଣ ଦିଆଯାଉନଥିବାରୁ ସେମାନଙ୍କ ରୋଜଗାରର ଅନ୍ୟ କୌଣସି ପନ୍ଥା ନପାଇ ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସହ କାଠ ବିକ୍ରୟ କରି ଜୀବିକା ନିର୍ବାହ କରୁଛନ୍ତି । ଅନେକ ସମୟରେ ଜୀବିକା ନିର୍ବାହ ପାଇଁ କାଠ ବିକ୍ରୟ କରୁଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ସେମାନଙ୍କୁ ଗିରଫ କରାଯାଇଛି ।
ବିସ୍ଥାପିତଙ୍କ ଅନେକ ସମସ୍ୟା ରହିଥିବାବେଳେ ସରକାରଙ୍କ ତରଫରୁ ଗତ 4ମାସ ପୂର୍ବେ ପଦକ୍ଷେପ ଗ୍ରହଣ କରାଯାଇ ଏକ କମିଟି ଗଠନ କରାଯାଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ସରକାର ବିସ୍ଥାପିତଙ୍କ ସମାଧାନ ନେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଆଦିବାସୀ ବିସ୍ଥାପିତଙ୍କ ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷରେ ବିସ୍ଥାପି ଙ୍କ ଦାବି କୁ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଯଥାଶୀଘ୍ର ତାହାର ସମାଧାନ କରାଯିବ ବୋଲି କହିଛନ୍ତି ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ