ETV Bharat / state

ଇନ୍ଦ୍ରାବତୀରେ ଫସିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୭ ଜୀବନ

author img

By

Published : Feb 8, 2022, 1:14 PM IST

Updated : Feb 8, 2022, 1:35 PM IST

ଇନ୍ଦ୍ରାବତୀ ଜଳଭଣ୍ଡାର ଅତିକ୍ରମ ସମୟରେ ଦକ୍ଷିଣ ପବନ ଯୋଗୁଁ ମଝିରେ ଫସିଲା ଦେଶୀ ଡଙ୍ଗା l ଅଳ୍ପକେ ବର୍ତ୍ତିଗଲେ ସାତ ଜଣ ଯାତ୍ରୀ । ଅଧିକ ପଢନ୍ତୁ

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଫସିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୭ ଯାତ୍ରୀଙ୍କ ଜୀବନ

ନବରଙ୍ଗପୁର: ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଅଘଟଣ । ଜଳଭଣ୍ଡାର ଅତିକ୍ରମ ସମୟରେ ଦକ୍ଷିଣ ପବନ ଯୋଗୁଁ ମଝିରେ ଫସିଲା ଦେଶୀ ଡଙ୍ଗା l ଅଳ୍ପକେ ବର୍ତ୍ତିଲେ ସାତ ଜଣ ଯାତ୍ରୀ । ସାତଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଡଙ୍ଗାରେ ଯାତ୍ରା କରୁଥିଲେ । ନାଉରିଆଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବିପଦ ।

ଇନ୍ଦ୍ରାବତୀରେ ଫସିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୭ ଜୀବନ

ମିଳିଥିବା ସୂଚନା ଅନୁୟାୟୀ ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ତଲଙ୍ଗ ଗ୍ରାମର ମୋଟ ୭ ଜଣ ଯାତ୍ରୀ ସେଠାରୁ ଏକ ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସହରକୁ କୌଣସି କାର୍ଯ୍ୟରେ ଆସିଥିଲେ । କାମ ସାରି ସନ୍ଧ୍ୟା ସମୟରେ ବାରିଆଘାଟ ଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ l ଏହି ସମୟରେ ହଠାତ ଦକ୍ଷିଣା ପବନ ଆରମ୍ଭ ହେବାରୁ ଜଳ ଭଣ୍ଡାର ମଝିରେ ଡ଼ଙ୍ଗାଟି ଭରସାମ୍ୟ ହରେଇ ଏପଟ ସେପଟେ ହୋଇ ଡ଼ଙ୍ଗା ଭିତରେ ପାଣି ପଶିବାକୁ ଲାଗିଥିଲା l

ଏହାପରେ ନାଉରିଆ ଜଣଙ୍କ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ l ଖବର ପାଇଁ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଞ୍ଚି ୭ଜଣ ଯାତ୍ରୀ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଉଦ୍ଧାର କରିଥିଲା । ତେବେ ଡ଼ଙ୍ଗା ଭିତରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପାଣି ଭର୍ତି ହୋଇଯାଇଥିଲା ।

ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାରଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି । ବୋଟ ଆମ୍ବୁଲାନ୍ସ କର୍ମଚାରୀ ସଠିକ ସମୟରେ ଘଟଣାସ୍ଥଳରେ ପହଁଚି ଥିବାରୁ ଏକ ବଡ଼ ଅଘଟଣରୁ ସାତ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 8, 2022, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.