ETV Bharat / state

ନବରଙ୍ଗପୁରରେ 26 ଚିହ୍ନଟ ପରେ 243କୁ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି - ନବରଙ୍ଗପୁର ଜିଲ୍ଲାପାଳ ସୂଚନା

ନବରଙ୍ଗପୁର ଜିଲ୍ଲାରେ ଆଜି(ବୁଧବାର) ପୁଣି ୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

Nabarangpur
୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 29, 2020, 3:10 PM IST

ନବରଙ୍ଗପୁର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କୋରୋନା । ପ୍ରତିଦିନ ପ୍ରାୟ ଅଧିକାଂଶ ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିନକୁ ଦିନ ସଂକ୍ରମଣ ମାମଲା ମଧ୍ୟ ବଢିବଢି ଚାଲିଛି । ନବରଙ୍ଗପୁର ଜିଲ୍ଲାରେ ଆଜି(ବୁଧବାର) ପୁଣି ୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଚିହ୍ନଟ ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନିସିପାଲିଟି, ଉମରକୋଟ,ଝରିଗାଁ, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେଥିମଧ୍ୟରୁ ଉମରକୋଟ ଓ ଡାବୁଗାଁରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ୩୦ ତାରିଖ ସକାଳ ୫ ଟା ଠାରୁ ଅଗଷ୍ଟ ୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଡାବୁଗାଁ ଓ ଉମରକୋଟ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁରସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୪୩ରେ ପହଞ୍ଚିଛି । ସେଥିମଧ୍ୟରୁ ୧୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ଟି ଆକ୍ଟିଭ କେସ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.