ETV Bharat / state

ନବରଙ୍ଗପୁରରେ ମନରେଗା ଯୋଜନାର ସଫଳ ରୂପାୟନ - ନବରଙ୍ଗପୁରରେ ମନରେଗା ଯୋଜନାର ସଫଳ ରୂପାୟନ

ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ନିୟୋଜିତ କରି ବର୍ଷକୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା l ଯାହାକୁ ସଫଳ କରି ଦେଖାଇଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

implementated of the MNREGA scheme in nabarangpur
ମନରେଗା ଯୋଜନାର ସଫଳ ରୂପାୟନ
author img

By

Published : Jun 4, 2022, 10:46 AM IST

Updated : Jun 4, 2022, 12:30 PM IST

ନବରଙ୍ଗପୁର: ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ନିୟୋଜିତ କରି ବର୍ଷକୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିଲା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା l ଏହି ଯୋଜନାରେ ପ୍ରତି ପଞ୍ଚାୟତ ଓ ବ୍ଲକ ଅଧିନସ୍ଥ ଯେକୌଣସି ଉନ୍ନତି ମୂଳକ କାର୍ଯ୍ୟ ଖସଡ଼ା ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଗଲେ ସ୍ଥାନୀୟ ଜବ କାର୍ଡ ଧାରୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ପାରିବ । ଏହାଦ୍ଵାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଆଖପାଖ ନିଜ ଅଞ୍ଚଳରେ କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ହୋଇ ରୋଜଗାର କ୍ଷମ ହୋଇପାରିବେ ।

ନବରଙ୍ଗପୁରରେ ମନରେଗା ଯୋଜନାର ସଫଳ ରୂପାୟନ

କିଛି ସ୍ଥାନରେ ଯୋଜନାର ବାଟ ମାରଣା କରି ପ୍ରଶାସନ ମଧୁଚନ୍ଦ୍ରିକାରେ ଠିକାଦାର ମେସିନ ସାହାଯ୍ୟରେ ରାତାରାତି କାମ ସାରି ଦେଉଥିବାର ମଧ୍ୟ ନଜର ଆସୁଛି l ଯାହା ଦ୍ବାରା ସ୍ଥାନୀୟ ଲୋକେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ରଙ୍ଗପିଆଜ ଗୁଡାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମରେ ପାଖାପାଖି 40 ପରିବାର ରହୁଥିବା ବେଳେ ଅନେକ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି l ଗ୍ରାମର ଯେକୌଣସି କାମ ହେଉ ନା କାହିଁକି ଗ୍ରାମବାସୀ ମିଳିମିଶି କରିଥାନ୍ତି । ସେପଟେ ବ୍ଲକ ପ୍ରଶାସନ କାମର ବିଲ ଠିକ ସମୟରେ ଦେଇ ପାରିଲେ ସେମାନେ ଉପକୃତ ହୋଇ ପାରିଥାନ୍ତେ ବୋଲି ଶ୍ରମିକମାନେ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 4, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.