ETV Bharat / state

ଅବକାରୀ ବିଭାଗର ଚଢାଉ: ୪ ଗିରଫ, ୧୧୫ ଲିଟର ମଦ ଜବତ - ନବରଙ୍ଗପୁୁରରେ ୪ଗିରଫ, ବାଇକ ସହ ମଦ ଜବତ

ବେଆଇନ ଭାବେ ମଦ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ । ଏହାସହିତ ୪ଟି ବାଇକ ଓ ୧୧୫ ଲିଟର ମଦ ଜବତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅବକାରୀ ବିଭାଗର ଚଢାଉ
ଅବକାରୀ ବିଭାଗର ଚଢାଉ
author img

By

Published : Aug 11, 2020, 10:42 PM IST

ନବରଙ୍ଗପୁର: ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ଜାରି ରହିଛି ପାଟ୍ରୋଲିଂ । ତେବେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଝରିଗୁମା ଓ କଣ୍ଟାଗାଁ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରୁଥିବାବେଳେ ଧରପଗଡ କରାଯାଇ ଜବତ ହେଲା ବିପୁଳ ପରିମାଣରେ ମଦ ।

ବେଆଇନ ଭାବେ ମଦ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହାସହିତ ୪ଟି ବାଇକ ଓ ୧୧୫ ଲିଟର ମଦ ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଅବକାରୀ ସବଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ, ଏଏସଆଇ କମ୍ବୁପାଣି ସିନ୍ଦୁର ଓ ସୁବ୍ରତ କୁମାର ହିରନ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଭାଗ ନେଇଥିଲେ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.