ETV Bharat / state

ସ୍ତ୍ରୀକୁ ହାଣି ସ୍ବାମୀ ଫେରାର - ସ୍ତ୍ରୀକୁ ହାଣି ସ୍ବାମୀ ଫେରାର

ଇନ୍ଦିରା ଆବାସ ଘରକୁ ନେଇ ଆରମ୍ଭ ହୋଇଥିଲା ଝଗଡା । ଯାହା ହତ୍ୟାକାଣ୍ଡର ରୂପ ନେଲା । ଆଉ ସବୁଦିନ ପାଇଁ ଆଖିବୁଜିଲେ ସ୍ତ୍ରୀ ନବିନା । ଅଧିକ ପଢନ୍ତୁ...

mruta
ସ୍ତ୍ରୀକୁ ହାଣି ସ୍ବାମୀ ଫେରାର
author img

By

Published : Jan 21, 2020, 9:26 PM IST

ନବରଙ୍ଗପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ତାରଗାଁରେ। ସ୍ବାମୀ ମୋହନ ହରିଜନ ସ୍ତ୍ରୀ ନବିନା ହରିଜନକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ତ୍ରୀକୁ ହାଣି ସ୍ବାମୀ ଫେରାର

ସୂଚନାନୁସାରେ, ସ୍ବାମୀ ମୋହନ, ସ୍ତ୍ରୀ ନବିନା ସହ ନିଜ ଇନ୍ଦିରା ଆବାସ ଘର ସମ୍ପର୍କରେ ଗଣ୍ଡଗୋଳ ଲାଗିବା ପରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଗତ କିଛିଦିନ ହେଲା ନବୀନା ତାଙ୍କ ବାପା ଘରେ ରହିଆସୁଥିଲେ । ତେବେ ମୋହନ ନିଜ ଇନ୍ଦିରା ଆବାସ ଘରକୁ ଅନ୍ୟ ଜଣକୁ ଭଡା ଦେଇଥିବାବେଳେ ଏହାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଯାହାକୁ ନେଇ ଏହା ହତ୍ୟାକାଣ୍ଡର ରୂପ ନେଇଥିବା ପରିବାର ଲୋକେ କହିଛନ୍ତି। ଅନ୍ୟପଟେ ମୃତ ନବୀନାଙ୍କ ପରିବାର ଲୋକେ ନବରଙ୍ଗପୁର ଥାନାରେ ଏତଲା ଦେଇଥିବା ବେଳେ ମୋହନ ଫେରାର ଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ--ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ଫର୍ମାଟ--ଏଭିଓ--21/01/20
ରିପୋର୍ଟ-- ତପନ ବିଷୋୟୀ, -ନବରଙ୍ଗପୁର
-----------------------------------------------
ଆଙ୍କର--ନବରଙ୍ଗପୁର ରେ ଉତ୍ୟକ୍ତ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ନିକଟ ତାରଗାଁ ରେ । ସ୍ୱାମୀ ମୋହନ ହରିଜନ ସ୍ତ୍ରୀ ନବିନା ହରିଜନ କୁ ଆକ୍ରମଣ କରିବା ପରେ ଗୁରୁତ୍ବର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ମେଡିକାଲ ରେ ଭର୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଘଟଣା ଅନୁସାରେ ସ୍ୱାମୀ ମୋହନ ହରିଜନ ସ୍ତ୍ରୀ ନବିନା ହରିଜନ ସହ ନିଜ ଇନ୍ଦିରା ଆବାସ ଘର ସମ୍ପର୍କରେ ଗଣ୍ଡଗୋଳ ଲାଗିବା ପରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଗତ କିଛିଦିନ ହେଲା ସ୍ତ୍ରୀ ନବୀନ ତାଙ୍କ ବାପା ଘରେ ରହିଆସୁଥିଲେ । ତେବେ ସ୍ୱାମୀ ମୋହନ ନିଜ ଇନ୍ଦିରା ଆବାସ ଘରକୁ ଅନ୍ୟ ଜଣକୁ ଭଡା ଦେଇଥିବାବେଳେ ଏହାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ କହିଛନ୍ତି । ଏହା କୁ ନେଇ ସ୍ତ୍ରୀ ଙ୍କ ପରିବାର ଲୋକେ ନବରଙ୍ଗପୁର ଥାନାରେ ଏତେଲା ଦେଇଥିବା ବେଳେ ସ୍ୱାମୀ ଫେରାର ଥିବା ଜଣାପଡିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.