ନବରଙ୍ଗପୁର: ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀ ଗଛରେ ଝୁଲି ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୋଷ।ଗୁମୁଡ଼ା ବ୍ଲକ ବାଙ୍କୁଲି ଭଣ୍ଡିମାଲ ଗ୍ରାମରେ ।
ସୂଚନାମୁତାବକ, ଏହି ଦମ୍ପତ୍ତି ସମ୍ପକୀୟ ଘରର ଏକ ବାହାଘରକୁ ବୁଲିବାକୁ ଯାଇଥିଲେ । ଏବଂ ସେଠାରେ ସେମାନେ ନିଜ ଭଉଣୀ ଘରେ ରାତ୍ରି ଯାପନ ରହିଥିଲେ । କିନ୍ତୁ ସେଠାରେ ଏମିତି କିଛି ବିବାଦ ସୃଷ୍ଟି ହେଲା ଯେ, ଶେଷରେ ନିଜ ଗାଁ ପାଖରେ ଗୋଡେଇ ଗୋଡେଇ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ । ତେବେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ