ETV Bharat / state

ଓଢଣୀ ଲଗାଇ ହଷ୍ଟେଲ ରୋଷେୟାଙ୍କ ଆତ୍ମହତ୍ୟା, ତଦନ୍ତ ଜାରି - ରୋଷେୟାଙ୍କ ଆତ୍ମହତ୍ୟା ଅଭିଯୋଗ

ଓଢଣୀ ଲଗାଇ ରୋଷେୟାଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣାଟି ନବରଙ୍ଗପୁର ସହରରେ ଘଟିଛି । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ଖବର ପଢନ୍ତୁ...

Hostel cook's suicide
ଓଢଣୀ ଲଗେଇ ହଷ୍ଟେଲ ରୋଷେୟାଙ୍କ ଆତ୍ମହତ୍ୟା, ତଦନ୍ତ ଜାରି
author img

By

Published : Mar 16, 2020, 2:23 PM IST

ନବରଙ୍ଗପୁର: ବେକରେ ଓଢଣୀ ଲଗାଇ ରୋଷେୟାଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣାଟି ନବରଙ୍ଗପୁର ସହରରେ ଘଟିଛି। ମୃତକ ଜଣକ ରାଇଘର ବ୍ଲକ ଅନ୍ତର୍ଗତ ଡଙ୍ଗରିପାରାର ଅନ୍ବେଷା ହଷ୍ଟେଲର ଗୁରୁବାରୀ ଗୋଣ୍ଡ । ସେ ଗତ ଚାରି ବର୍ଷ ଧରି ନବରଙ୍ଗପୁର ହୀରଲୀ ନିକଟସ୍ଥ ଅନ୍ବେଶା ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ ।

ଓଢଣୀ ଲଗେଇ ହଷ୍ଟେଲ ରୋଷେୟାଙ୍କ ଆତ୍ମହତ୍ୟା, ତଦନ୍ତ ଜାରି

ସୂଚନା ଅନୁସାରେ, ଗତକାଲି ରାତିରେ ହଷ୍ଟେଲ ରାତ୍ରି ଭୋଜନ ରୋଷେଇ ପରେ ସମସ୍ତେ ଶୋଇ ଯାଇଥିଲେ । ଆଜି ସକାଳୁ ସକାଳ ଜଳଖିଆ ରୋଷେଇ ପାଇଁ ଗୁରୁବାରୀଙ୍କୁ ବହୁତ ଖୋଜିବା ପରେ ମଧ୍ୟ କେହିବି ତାଙ୍କୁ ପାଇ ନଥିଲେ ଓ ତାଙ୍କ ଫୋନ ମଧ୍ୟ ସେ ଗ୍ରହଣ କରୁନଥିଲେ ।

ସମସ୍ତେ ଆଖପାଖ ଅଞ୍ଚଳ ଖୋଜୁଥିବା ବେଳେ ହଷ୍ଟେଲ ଠୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ କାଜୁ ବାଡ଼ରେ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଦେଖିବା ପରେ ଏହା ହୋଷ୍ଟେଲ ରୋଷେୟା ଗୁରୁବାରୀ ବୋଲି ଜାଣିବାକୁ ପାଇଥିଲେ । ନବରଙ୍ଗପୁର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.