ETV Bharat / state

ଫୁଲୁଛି ଟୁିର ନଦୀର ଜଳସ୍ତର, ନବରଙ୍ଗପୁରରେ ଜଳବନ୍ଦୀ ସମସ୍ୟା - ନବରଙ୍ଗପୁରରେ ଜଳବନ୍ଦୀ ସମସ୍ୟା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ନବରଙ୍ଗପୁର ଜିଲ୍ଲାରେ ପ୍ରବାହିତ ଟୁରି ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

heavy rainfall in nabarangpur
ଫୁଲୁଛି ଟୁରି ନଦୀର ଜଳସ୍ତର: ନବରଙ୍ଗପୁରରେ ଜଳବନ୍ଦୀ ସମସ୍ୟା
author img

By

Published : Aug 8, 2022, 8:39 AM IST

Updated : Aug 8, 2022, 3:22 PM IST

ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କେତେକ ଅଞ୍ଚଳରେ କଚ୍ଚା ଘର ଭାଙ୍ଗି ଯାଇଛି । ସକାଳୁ ଜାରି ରହିଥିବା ଭାରି ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଟୁରି ନଦୀ ଫୁଲି ଉଠିଛି । ନଦୀ ଉପରେ ଦୁଇ ଫୁଟ ଉଚ୍ଚାତର ପାଣି ପ୍ରବାହିତ ହେଉଛି । ଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁରକୁ ସମ୍ପୂର୍ଣ୍ଣ ଭାବେ ଯୋଗଯୋଗ ଠପ୍ ହେଇ ପଡିଛି ।

ନବରଙ୍ଗପୁରରେ ଜଳବନ୍ଦୀ ସମସ୍ୟା

ଏହି ରାସ୍ତାଟି ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁରକୁ ସଂଯୋଗ କରିଥାଏ । ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡି । ଲଘୁଚାପ ଯୋଗୁଁ ଆଗକୁ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ବେଳେ ଟୁରି ନଦୀର ଜଳସ୍ତର ମଧ୍ୟ ବଢିବାକୁ ଲାଗିଲାଣି । ଏଭଳି ଲଗାଣ ବର୍ଷା ଜାରି ରହିଲେ ନଈ କୂଳ ଜନବସତିଙ୍କ ପାଇଁ ସମସ୍ୟା ଦେଖାଦେଇପାରେ ।

ଅନ୍ୟପଟେ ପାପଡାହାଣ୍ଡି ଗ୍ରାମରେ କିଛି ତଳି ଅଞ୍ଚଳର ଘର ଭିତରକୁ ପାଣି ପଶିଛି । ନବରଙ୍ଗପୁର ଠାରୁ ଭବାନୀପାଟଣା ଓ ରାୟପୁରକୁ ସଂଯୋଗ କରୁଥିବା ୨୬ ଜାତୀୟ ରାଜପଥ ଉପରେ ତାରାଗାଁ ନିକଟରେ ଏକ ବିରାଟ ଆମ୍ବ ଗଛ ପଡ଼ିଯିବା ଯୋଗୁଁ ଦୀର୍ଘ ସମୟ ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି ଝରିଗାଁ ବ୍ଳକ ଭଇସବନ୍ଧା ଗ୍ରାମର ପ୍ରତିମା ସାନ୍ତା ଗ୍ରାମ ନିକଟସ୍ଥ ନାଳ ପାର ହେବା ସମୟରେ ପ୍ରଖର ତ୍ସୋତରେ ଭାସି ଯାଇ ତାଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ଅଧିକାଂଶ ବ୍ଲକରେ ଦିନ ତମାମ ପ୍ରବଳ ବର୍ଷା ହୋଇଛି। କିଛି ସ୍ଥାନରେ କଚ୍ଚା ଘର ଗୁଡ଼ିକ ଭାଙ୍ଗିଯାଇଛି । ଅନ୍ୟପକ୍ଷରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟ କହିଛନ୍ତି " ଜିଲ୍ଲା ପ୍ରଶାସନ ଲଗାଣ ବର୍ଷା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ।’’

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 8, 2022, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.