ETV Bharat / state

ନବରଙ୍ଗପୁରରେ ଥମୁନି ବର୍ଷା, ବଢୁଛି ବନ୍ୟା ଆଶଙ୍କା

author img

By

Published : Jul 13, 2022, 9:54 AM IST

ମୌସୁମୀ ଓ ଲଘୁଚାପ ପ୍ରଭାବରେ ଗତ ୫ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଲଗାଣ ବର୍ଷା ଜାରି
ନବରଙ୍ଗପୁରରେ ଲଗାଣ ବର୍ଷା ଜାରି

ନବରଙ୍ଗପୁର: ମୌସୁମୀ ଓ ଲଘୁଚାପ ପ୍ରଭାବରେ ଗତ ୫ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । କୋଷାଗୁମୁଡା ବ୍ଲକରେ ପ୍ରଭାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ଓ ଶାଖାନଦୀର ଜଳସ୍ତର ବଢିବାରେ ଲାଗିଛି । ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ସାଢେ ଦୁଇ ଫୁଟ ତଳକୁ ରହିଥିବା ନେଇ ଅବବାହିକାରେ ଥିବା ଗାଁ ଗୁଡିକରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ନବରଙ୍ଗପୁରରେ ଲଗାଣ ବର୍ଷା ଜାରି

ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ପ୍ରତିବର୍ଷ ବନ୍ୟା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ଉମରକୋଟ ଓ ଡାବୁଗାଁ ବ୍ଲକସହ କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷା ଫଳରେ ଭାସ୍କେଲ ନଦୀ ଅବବାହିକାରେ ଥିବା ବନ୍ୟା ପୀଡିତ ଗାଁ ଗୁଡିକରେ ବିପଦ ବଢିବାରେ ଲାଗିଛି । ସେହିପରି ଆଟିଗାଁ, ବାଙ୍କୋଲି-ଡାବୁଗାଁ ଓ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଗାଈଯୋଡି ନିକଟ ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେଉଥିବା ହେତୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ଆଗାମୀ ଦିନରେ ବର୍ଷା ଯଦି ଜାରି ରହେ ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ଏଥିପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.