ETV Bharat / state

ନବରଙ୍ଗପୁରରେ ପ୍ରବଳ ବର୍ଷା: ଭାଙ୍ଗିଲା ଘର, ପଶିଲା ପାଣି

ଗତକାଲି(ରବିବାର) ଠାରୁ ନିରବଛିନ୍ନ ଭାବେ ବର୍ଷା ଲାଗି ରହିଥିବା ଫଳରେ ନବରଙ୍ଗପୁର ସହରର ବିଭିନ୍ନ ସାହି ମଧ୍ୟରେ ପାଣି ପଶିବା ସହିତ ସହର ମଧ୍ୟରେ ଥିବା ଭାଟିଶାଳଗୁଡା ଓ ଇଚ୍ଛାବତୀ ଗୁଡାରେ ଘର ଗୁଡିକ ଭାଙ୍ଗିପଡିଛି ।

author img

By

Published : Jul 29, 2019, 2:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାରେ ଜାରି ରହିଛି ବର୍ଷା ବିତ୍ପାତ । ଗତକାଲି(ରବିବାର) ଠାରୁ ନିରବଚ୍ଛିନ୍ନ ଭାବେ ବର୍ଷା ଲାଗି ରହିଥିବା ଫଳରେ ନବରଙ୍ଗପୁର ସହରର ବିଭିନ୍ନ ସାହି ମଧ୍ୟରେ ପାଣି ପଶିବା ସହିତ ସହର ମଧ୍ୟରେ ଥିବା ଭାଟିଶାଳଗୁଡା ଓ ଇଚ୍ଛାବତୀ ଗୁଡାରେ ଘର ଗୁଡିକ ଭାଙ୍ଗିପଡିଛି ।

ସାହି ମଧ୍ୟରେ ଥିବା ଘର ଗୁଡିକ ମଧ୍ୟରେ ପାଣି ପଶିବା ଫଳରେ ଆସବାବପତ୍ର ଗୁଡିକ ପାଣିରେ ଭାସୁଛି । ହେଲେ ଲୋକଙ୍କ ନିକଟରେ ପହଞ୍ଚି ନାହିଁ ପ୍ରଶାସନ । ଘରେ ପଶିଯାଇଥିବା ପାଣିକୁ ନିଜେ ନିଜେ ବାହାର କରୁଛନ୍ତି ଲୋକେ । ପ୍ରବଳ ବର୍ଷା ଫଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ କଲେଜକୁ ଯାଇଥିବା ରାସ୍ତା ମଧ୍ୟ ଅବରୋଧ ହୋଇଛି । ସେଭଳି ରାସ୍ତାରେ ନୂତନ ଭାବେ ନିର୍ମିତ କଲଭର୍ଟ ମଧ୍ୟ ଅଧା ଭାଙ୍ଗିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଆଉ ଯଦି ଆଗକୁ ଏଭଳି ବର୍ଷା ଲାଗି ରହେ, ତେବେ ସହରର ଅନେକ ସାହି ମଧ୍ୟକୁ ପାଣି ପଶିବା ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ଅନ୍ୟ ପକ୍ଷରେ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ଲୋକେ ।

ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ପ୍ରଶାସନ କେବଳ ଆଶ୍ବସନା ଦେଇ ଚୁପ ରହୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ସାହିବାସିନ୍ଦା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ବର୍ଷା ବିତ୍ପାତ
ଫର୍ମାଟ - ଏଭିଓ, ୨୯/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------
ଆଙ୍କର - ନବରଙ୍ଗପୁର ରେ ବର୍ଷା ବିତ୍ପାତ । ବର୍ଷା ଭାଙ୍ଗିଲା ଘର । ନବରଙ୍ଗପୁର ଜିଲ୍ଲାରେ ଗତକାଲି ଠାରୁ ନିରବଛିନ୍ନ ଭାବେ ବର୍ଷା ଲାଗିରହିଥିବା ଫଳରେ ନବରଙ୍ଗପୁର ସହର ର ବିଭିନ୍ନ ସାହି ମଧ୍ୟରେ ପାଣି ପଶିବା ସହିତ ସହର ମଧ୍ୟରେ ଥିବା ଭାଟିଶାଳଗୁଡା ଓ ଇଚ୍ଛାବତୀ ଗୁଡା ରେ ଘର ଗୁଡିକ ଭାଙ୍ଗିପଡିଛି । ସାହି ମଧ୍ୟରେ ଥିବା ଘର ଗୁଡିକ ମଧ୍ୟରେ ପାଣି ପଶିବା ଫଳରେ ଆସବାବପତ୍ର ଗୁଡିକ ପାଣିରେ ଭାସୁଛି । ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ଘରେ ପଶିଯାଇଥିବା ପାଣିକୁ ନିଜେ ନିଜେ ବାହାର କରୁଛନ୍ତି । ପ୍ରବଳ ବର୍ଷା ଫଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ କଲେଜ କୁ ଯାଇଥିବା ରାସ୍ତା ଉପରେ ପାଣି ପ୍ରବାହିତ ହେବା ଫଳରେ ଚିକିତ୍ସାଳୟକୁ ଯିବା ରେ ସମସ୍ୟା ଉପୁଜିଛି । ସେଭଳି ଏହି ରାସ୍ତା ରେ ନୂତନ ଭାବେ ନିର୍ମିତ କଲଭର୍ଟ ଅଧା ଭାଙ୍ଗି ଯାଇଛି । ଯଦି ଏଭଳି ବର୍ଷା ଆଗକୁ ଲାଗିରହିବାର ପାଣିପାଗ ବିଭାଗ ଅନୁମାନ କରିଥିବାରୁ ସହର ର ଅନେକ ସାହି ମଧ୍ୟକୁ ପାଣି ପଶିବା ଆଶଙ୍କା ପ୍ରକାଶ ପାଇଛି । ଯାହାଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ଲୋକେ । ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ପ୍ରଶାସନ କେବଳ ଆଶ୍ୱାସନା ଦେଇ ଚୁପ ରହୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ସାହିବାସିନ୍ଦା । ଅନ୍ୟ ପକ୍ଷରେ ଯଦି ଏଭଳି ବର୍ଷା ଲାଗି ରୁହେ ତେବେ ମୁଖ୍ୟଚିକିତ୍ସାଳୟ, କଲେଜ ଓ କୋର୍ଟକୁ କୁ ସଂଯୋଗ କରୁଥିବା ରାସ୍ତା ଉପର ଦେଇ ପ୍ରବଳ ପାଣି ପ୍ରବାହିତ ହେବାସହ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ଉପୁଜିଛି ।Body:TapanbissoiConclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.