ନବରଙ୍ଗପୁର: ଆଜି ଚାରିଆଡେ ପାଳନ ହୋଉଛି ଶ୍ରୀ ସାଇନାଥଙ୍କ ଗୁରୁ ପୂର୍ଣ୍ଣିମା । ନବରଙ୍ଗପୁର ଜିଲ୍ଲାରେ ବି ବେଶ ଧୁମଧାମରେ ପାଳନ କରାଯାଇଛି ।
ପୂର୍ବ ନିର୍ଘଣ୍ଟ ସମୟାନୁସାରେ ନୀତିକାନ୍ତ ଶେଷ ହେବା ପରେ ଦିନ ୧୨ଟା ୩୦ ମିନିଟରେ ଠାକୁରଙ୍କୁ ପୁର୍ନ ଆଳତି କରାଯାଇଥିଲା। ତେବେ ଅନୁକୂଳ ପାଗ ହୋଇଥିବାରୁ ମନ୍ଦିରରେ ବେଶ ଭକ୍ତଙ୍କ ସମାଗମ ହୋଇଥିଲା । ପୂଜାର୍ଚ୍ଚନା ସମୟରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହୋଇ ଉଠିଥିଲେ ।
ତେବେ ସାଇବାବାଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ଅନ୍ନପ୍ରସନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ