ETV Bharat / state

ଚାକିରି କରାଇ ଦେବା ନାରେ ଲକ୍ଷଲକ୍ଷ ଟଙ୍କା ଲୁଟ; ଜଣେ ଗିରଫ - ବେସରକାରୀ ସଂସ୍ଥା

ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରୁ ଚାକିରୀ କରାଇ ଦେବା ନାଁରେ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା । ଆଶାୟୀ ଏବେ ହତାସ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 29, 2019, 10:49 PM IST

ନବରଙ୍ଗପୁର: ରାଜ୍ୟରେ ଚାଲିଛି ବେଧଡକ ଲୁଟ । କେଉଁଠି ସରକାରୀ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ ତ ଆଉ କେଉଁଠି ଲୋଭନୀୟ ପ୍ରତିଶୃତି ଦେଇ ଚାଲିଛି ଲୁଟ । ଏମିତି ଅଭିନବ ଉପାୟରେ ନବରଙ୍ଗପୁରରେ ଚାଲିଥିଲା ଲୁଟ । ଜାତୀୟ ମାନବଧିକାର କମିଟି ନାମରେ ଲୋକଙ୍କୁ ଠକେଇ କରିଥିଲେ ଏକ ଠକ ଗୋଷ୍ଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ ଉମରକୋଟ ସହରରେ ରଞ୍ଜନା ବ୍ରମନ ତାଙ୍କ ସ୍ବାମୀ ଲିଟୁ ପାଣିଗ୍ରାହୀ ଭାଇ ରାଜେଶ ବର୍ମା, ଅନିଲ ବାନାର୍ଜୀ, ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଜିଲ୍ଲା ଖୋଲିଥିଲେ ଉମରକୋଟରେ । ଜିଲ୍ଲାରେ ଥିବା ବେକାର ଯୁବକ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାଁରେ ଲୁଟିଥିଲେ ଲକ୍ଷଲକ୍ଷ ଟଙ୍କା । ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ବୈଠକମାନ କରୁଥିଲେ । ଯେଉଁ ବୈଠକକୁ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ଲୋକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରୁଥିଲେ ।

ଯଦ୍ବାରା ଅତି ସହଜରେ ଯୁବକ ଯୁବତୀ ମାନେ ବିଶ୍ବାସ କରି ଟଙ୍କା ଦେଉଥିଲେ । ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବାକୁ ପ୍ରଲୋଭନ ଦେଖାଉଥିଲେ । ଏପରିକି କିଛି ବେସରକାରୀ ସଂସ୍ଥାର ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ଖାଲି ଏତିକି ନୁହେଁ ଗତ ନିର୍ବାଚନରେ ବିଧାୟକ ଟିକେଟ ମଧ୍ୟ କରାଇଦେବାକୁ ଏହି ଠକ ରାକେଟ ଲୁଟିଛନ୍ତି ଟଙ୍କା । ଏମିତି ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟିଛନ୍ତି ଏହି ସଂସ୍ଥା । ତେବେ ଟଙ୍କା ଦେଇଥିବା ଆଶାୟୀ ମାନେ ଚାକିରୀ ନମିଳିବାରୁ ଉମରକୋଟ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ଠକେଇ ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଚାକିରୀ ଦେବା ନାମରେ ଠକେଇ
ଫର୍ମାଟ - ଏଭିଓ ୨୯/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର- ଚାକିରି ଦେବା ନାମ ରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ସହ ତିନି ଜଣ ଙ୍କୁ ଉମରକୋଟ ପୋଲିସ ର ଅଟକ। ଜାତୀୟ ମାନବଧିକାର କମିଟି ନାମରେ ଲୋକଙ୍କୁ ଠକେଇ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଉମରକୋଟ ସହର ର ରଞ୍ଜନା ବ୍ରମନ୍ ସ୍ବାମୀ ଲିଟୁ ପାଣିଗ୍ରାହୀ ଓ ଭାଇ ରାଜେଶ ବର୍ମା,ଅନିଲ ବାନାର୍ଜୀ ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟାଳୟ ଠାରେ ଖୋଲି ଜିଲ୍ଲା ବେକାରୀ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାମରେ ଠକେଇ କରି ଆସୁଥିଲେ।ଅଭିନବ ଉପାୟ ରେ ଏହି ଗ୍ୟାଙ୍ଗ ଠକେଇ କରୁଥିଲେ ପ୍ରଥମେ ଗ୍ରାମାଂଚଳ ମାନଙ୍କରେ ଇ ସୁବିଧା ର ସଚେତନ ନାମରେ ବୈଠକ ମାନ କରୁଥିଲେ ଏହି ବୈଠକରେ ସ୍ଥାନୀୟ ଅଂଚଳ ର ନାମ କରା ବ୍ୟକ୍ତି, ସରକାରୀ କର୍ମଚରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ପ୍ରଚାର କରୁଥିଲେ ତାହାପରେ ବେକାରୀ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାମରେ ଠକେଇ ଆରମ୍ଭ କରୁଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ରେ ଚାକିରୀ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଏପରିକି ବିଧାୟକ ନିର୍ବାଚନ ଲଢ଼ିବା ସକାଶେ ଦଳୀୟ ଟିକେଟ ଦେବେ ମଧ୍ୟ ଠକେଇ କରିଥିବା ଅଭିଯୋଗ ଆସୁଛି। ଉମରକୋଟ ଅଞ୍ଚଳ ରେ ଗୌତମ ପୂଜାରୀ ଚଚା ଗ୍ରାମର 1ଲ 45 ହଜାର, ଦଶମତ କଲାର କଚରାପାର 40 ହଜାର,ରାଇନୁ ଗଣ୍ଡ ରାଇଘର 40 ହଜାର, ପ୍ରେମସିଲା ନାୟକ ଶୀଙ୍ଗସାରି 40 ହଜାର, ପବିତ୍ର ମହାଙ୍କୁଡ଼ 50 ହଜାର,ସୁକୁମନ୍ ଗଣ୍ଡ 40 ହଜାର, ଲଳିତ କଲାର 40 ହଜାର,ବିଦ୍ୟା ଦାସ 50 ହଜାର, ଉମାକାନ୍ତ କଲାର 40 ହଜାର ଓ ଜୟ ଖରା 50 ହଜାର ଏହିପରି ଅନେକ ଯୁବକ ଯୁବତୀ ଙ୍କ ଠାରୁ ଟଙ୍କା ନେଇ ପ୍ରଥମେ ସିଲକ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ସଂସ୍ଥା ର ନିଯୁକ୍ତି ପତ୍ର ଦେଇ ପ୍ରତେକ ଗ୍ରାମ ରୁ ମୁଣ୍ଡ ପିଛା ତିରିଶି ଟଙ୍କା ଆଦାୟ କରାଇଥିଲେ ଏହି ଟଙ୍କା ରେ ଏ ସୁବିଧା କାର୍ଡ ଯୋଗେଇ ଦିଆଯିବ ଏହି କାର୍ଡ ମାଧ୍ୟମ ରେ ସରକାର ଙ୍କ ବିଭିନ୍ନ ସୁବିଧା ପାଇଁ ପାରିବେ ବୋଲି କହିଥିଲେ,ଏହି ଟଙ୍କା ଆଦାୟ କୁ ନେଇ ଦୁଇ ବର୍ଷ ତଳେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.