ETV Bharat / state

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ ! - forest department cutting paddy of a farmer in nabarangpur

ଧାନ ପାଚିବା ପୂର୍ବରୁ ଚାଷୀର ଧାନ କାଟିନେଲା ଜଙ୍ଗଲ ସୁରକ୍ଷା କମିଟି । ଡାବୁଗାଁ ଥାନା ଆମ୍ବାଗୁଡା ଗ୍ରାମର ବଳଦେବ ବିଷୋୟୀଙ୍କ ଧାନ କାଟିନେଲେ ଏମାନେ । ଜଙ୍ଗଲ ଜମିରେ ଚାଷ କରିଥିବା ଅଭିଯୋଗ ଆଣି ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଧାନ କାଟି ନେଇଛନ୍ତି ।

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ !
author img

By

Published : Nov 24, 2019, 11:19 PM IST

ନବରଙ୍ଗପୁର: ଧାନ ପାଚିବା ପୂର୍ବରୁ ଚାଷୀର ଧାନ କାଟିନେଲା ଜଙ୍ଗଲ ସୁରକ୍ଷା କମିଟି । ଡାବୁଗାଁ ଥାନା ଆମ୍ବାଗୁଡା ଗ୍ରାମର ବଳଦେବ ବିଷୋୟୀଙ୍କ ଧାନ କାଟିନେଲେ ଏମାନେ । ଜଙ୍ଗଲ ଜମିରେ ଚାଷ କରିଥିବା ଅଭିଯୋଗ ଆଣି ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଧାନ କାଟି ନେଇଛନ୍ତି । ଏନେଇ ଥାନାରେ ଉଭୟ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟଙ୍କ ବିରୋଧରେ ବଳଦେବ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ !

ତେବେ ତାଙ୍କ କଷ୍ଟ ଅର୍ଜିତ ଧାନ ତାଙ୍କୁ ନଫେରାଇଲେ ନିଜ ପରିବାର ସଦସ୍ୟଙ୍କ ସହ ସେ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସୂଚନା ଅନୁସାରେ, ପ୍ରାୟ 35 ବର୍ଷ ହେବ ଜଙ୍ଗଲ ଜମିରେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ବଳଦେବ । କିଛିଦିନ ହେବ ବନବିଭାଗ କର୍ମଚାରୀ ଏବଂ ଜଙ୍ଗଲ ସୁରକ୍ଷା କମିଟି ବଳଦେବକୁ ସେହି ଜମି ଛାଡିବାକୁ କହିଥିଲେ । କିନ୍ତୁ ବଳଦେବ ଜମି ଛାଡିବାକୁ ମନା କରିବା ସହ, ଜମି ଛାଡିଲେ ମୋ ପରିବାରକୁ କେମିତି ପୋଷିବି ବୋଲି କହିଥିଲେ । ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ଏପରି କରିଥିବା କୁହାଯାଉଛି ।

ସେପଟେ ଏହି ଘଟଣାକୁ ନେଇ ଓଡିଶା କୃଷକ ଶୋଭାର ଜିଲ୍ଲା ଆବାହକ ତୀବ୍ର ନିନ୍ଦା କରିବା ସହ ଉକ୍ତ ଚାଷୀର ଫସଲ ନ ଫେରାଇଲେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Slug- ବନବିଭାଗକଂ ଦାଦାଗିରି , ଜବରଦସ୍ତ କାଟିଲେ ଧାନ ।
Format- AVo
Date- 24/11/19
Report - ତପନ କୁମାର ବିଷୟି , ନବରଙ୍ଗପୁର ।
Anchor - " ଚାଷୀ ହସିଲେ ଦେଶ ହସିବ " କିନ୍ତୁ ଚାଷୀ କେତେବେଳେ ଅଦିନିଆ ବର୍ଷା କୁ ନେଇ ଚିନ୍ତାରେ ଥାଏ , ତ ଆଉ କେତେବେଳେ ଲେଡାପକୋ ଚାଷୀ ର ଚିନ୍ତା ବଢ଼ାଇ ଥାଏ । କିନ୍ତୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ଏହାର ଭିନ୍ନ ରୁପ ଦେଖିବାକୁ ମିଳିଛି । ଏଠାରେ ବନବିଭାଗ ଏବଂ ଜଂଗଲ ସୁରକ୍ଷା କମିଟି ଚାଷୀ ର ଚିନ୍ତାର କାରଣ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଆମ୍ବାଗୁଡା ଗ୍ରାମର ବଲଦେବ ବିଷୟୀ ପ୍ରାୟ ୩୫ ବର୍ଷ ହେବ ଜଂଗଲ ଜମିରେ ଚାଷ କରି ନିଜ ପରିବାରର ପେଟ ପଷନ୍ତି । ମହିଳା ବନବିଭାଗ କର୍ମଚାରୀ ଏବଂ ଜଂଗଲ ସୁରକ୍ଷା କମିଟି ବଲଦେବ କୁ ସେହି ଜମି ଛାଡ଼ିବାକୁ କହିଥିଲେ । କିନ୍ତୁ ବଲଦେବ ଜମି ଛାଡ଼ିବାକୁ ମନା କରିବା ସହ , ଜମି ଛାଡ଼ିଲେ ମୋ ପରିବାରକୁ କେମିତି ପଷିବି ବୋଲି କହିଥିଲେ । ଏଥିରେ ରାଗିକି ମହିଳା ବନ ବିଭାଗ କର୍ମଚାରୀକଂ ନିର୍ଦ୍ଦେଶ ରେ ଜଂଗଲ ସୁରକ୍ଷା କମିଟି ତାଙ୍କ ଧାନ ପାଚିବା ପୂର୍ବରୁ ଧାନ କାଟି ନେଇଯାଇଛନ୍ତି । ବେଆଇନ ଭାବେ ଜଣେ ଚାଷୀକଂ ଫସଲ ନଷ୍ଟ କରିବା କିମ୍ବା ଜବରଦସ୍ତ ଚାଷୀର ଫସଲ କାଟିବା ଘଟଣାକୁ ସାଧାରଣ ରେ ନାପସନ୍ଦ କରାଯାଇଛି । ଏଭଳି ଘଟଣା ଜିଲ୍ଲାରେ ବାରମ୍ବାର ଘଟୁଥିଲେ ସୁଦ୍ଧା ଜିଲ୍ଲା ବନପାଳ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ମହିଳା ବନ ବିଭାଗ କର୍ମଚାରୀ ଏବଂ ଜଂଗଲ ସୁରକ୍ଷା କମିଟି ର ସଦସ୍ୟକଂ ବିରୁଦ୍ଧରେ ବଲଦେବ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଯଦି ମୋ ଚାଷ କରିଥିବା ଧାନ ମୋତେ ନ ମିଳେ ତେବେ ଆମ ପରିବାର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିବୁ ବୋଲି ନିଜ ଅଭିଯୋଗରେ ଚାଷୀ ବଲଦେବ ଲେଖିଛନ୍ତି । ଏନେଇ ଡାବୁଗାଁ ବନପାଳ ସେତୁରଂଜନୀ ଗମାଂଗ କେମେରା ସାମନାରେ କହିବାକୁ ମନା କରିଥିଲେ । ଓଡ଼ିଶା କୃଷକ ଶୋଭାର ଜିଲ୍ଲା ଆବାହକ ରାଜେଶ ଜାନୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଉକ୍ତ ଚାଷୀ ର ଫସଲ ନ ଫେରାଇଲେ ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.