ETV Bharat / state

ଖାଦ୍ୟରେ ବିଷକ୍ରିୟା ଯୋଗୁଁ 2 ଶିଶୁ ମୃତ, ବାପା ମାଆ ଗୁରୁତର

ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ବାପା ମାଆ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

ଖାଦ୍ୟରେ ବିଷକ୍ରିୟା ଯୋଗୁଁ 2 ଶିଶୁ ମୃତ, ବାପା ମାଆ ଗୁରୁତର
ଖାଦ୍ୟରେ ବିଷକ୍ରିୟା ଯୋଗୁଁ 2 ଶିଶୁ ମୃତ, ବାପା ମାଆ ଗୁରୁତର
author img

By

Published : Feb 13, 2020, 11:28 AM IST

Updated : Feb 13, 2020, 2:50 PM IST

ନବରଙ୍ଗପୁର: ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ବାପା ଓ ମାଆଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖାଦ୍ୟରେ ବିଷକ୍ରିୟା ଯୋଗୁଁ 2 ଶିଶୁ ମୃତ, ବାପା ମାଆ ଗୁରୁତର

ସୂଚନା ଅନୁସାରେ ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମର ବେଣୁ ଗୋପାଳଙ୍କ ସାତ ବର୍ଷର ପୁଅ ଅମୂଲ୍ୟ ଗୋପାଳ ଓ ଚାରି ବର୍ଷର ପୁଅ ଗିରିଧାରୀ ଗୋପାଳ ବୁଧବାର ସକାଳେ ଘରେ ଭାତ ଖାଇ ସ୍କୁଲକୁ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ ବି ଖାଇଥିବା ବି କୁହାଯାଉଛି ।

ତେବେ ପେଟରେ ଯନ୍ତ୍ରଣା ହେବାରୁ ସ୍କୁଲରୁ ଫେରି ଆସିଥିଲେ । ରାତିରେ ବି ନଖାଇ ଶୋଇଥିଲେ । କିନ୍ତୁ ଗୁରୁବାର ସକାଳେ ଅର୍ଥାତ ଆଜି ଦୁଇ ପୁଅ ଓ ବାପା ବେଣୁ ଗୋପାଳ, ମାଆ ଶକୁନ୍ତଳା ଗୋପାଳ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଅଧା ବାଟରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ବାପା ଓ ମାଆ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ଚନ୍ଦାହାଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 13, 2020, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.