ETV Bharat / state

ହଜିଯାଉଛି ଲୋକ ସଙ୍ଗୀତ, ପାଶ୍ଚାତ୍ୟ ସଭ୍ୟତା ମୁହାଁ ଯୁବପୀଢି

author img

By

Published : Sep 2, 2020, 8:19 PM IST

ହଜି ଯାଉଛି ଆଦିବାସୀ ଲୋକ ସଙ୍ଗୀତ । ପୂର୍ବେ ଜମିରେ ତଳି ଲଗାଇବା ସମୟରେ ଆଦିବାସୀ ସଙ୍ଗୀତ ଗାଇ କଷ୍ଟକୁ ଦୂର କରୁଥିଲେ । କିନ୍ତୁ ଏବେ ପାଶ୍ଚାତ୍ୟ ସଂସ୍କୃତିର ଚାକଚକ୍ୟର ପ୍ରଭାବରେ ଯୁବ ପିଢ଼ି ଏହି ଲୋକ ସଙ୍ଗୀତ ଓ ଆଦିବାସୀ ପରମ୍ପରାକୁ ଧୀରେ ଧୀରେ ଭୁଲିବାରେ ଲାଗିଲେଣି ।

ହଜିଯାଉଛି ଲୋକ ସଙ୍ଗୀତ, ପାଶ୍ଚତ୍ୟ ସଭ୍ୟତା ମୁହାଁ ଯୁବପୀଢି

ନବରଙ୍ଗପୁର: ଆଦିବାସୀ ସଂସ୍କୃତି ଓ ପରମ୍ପରା ମାନବ ସମାଜରେ ସ୍ବତନ୍ତ୍ର ପରିଚୟ ବହନ କରେ । ସେ ଯେକୌଣସି ପ୍ରାନ୍ତ, ଭାଷା ବା ସମ୍ପ୍ରଦାୟର ହୁଅନ୍ତୁ ସମାଜକୁ ଏକ ବାର୍ତ୍ତା ଦେଇଥାଏ । ସେହିଭଳି ଆମ ଓଡ଼ିଶାର ଆଦିବାସୀ ସଂସ୍କୃତି ସବୁଠୁ ନିଆରା। ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀ ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥାଏ । ଏହିଭଳି ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଦୁଃଖରେ, ସୁଖରେ, ପୂଜା, ଯାନି ଯାତ୍ରାରେ ସବୁଠି ଆଦିବାସୀ ଲୋକ ସଙ୍ଗୀତ ଫୁଟି ଉଠେ । ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର ଲୋକ ଦୁଃଖ ଓ କଷ୍ଟ ସମୟକୁ ମଧ୍ୟ ନିଜ ଆଦିବାସୀ ସଙ୍ଗୀତ ମାଧ୍ୟମରେ ଭୁଳେଇବାର ଏକ ନିଛକ ପ୍ରୟାସ କରିଥାନ୍ତି।

ଯେତେବେଳେ ଆଦିବାସୀ ମହିଳା ମାନେ ବର୍ଷା ସାଙ୍ଗକୁ ଆଣ୍ଠୁଏ ଲେଖାଏ କାଦୁଅରେ ଜମି ଭିତରେ ନିଜର ଜମି ହେଉ କିମ୍ବା ସାହୁକାରର, ଦଳବଳ ସହ ତଳି ଲଗାଇବା କାମରେ ନିୟୋଜିତ ଥାନ୍ତି ସେହି ସମୟରେ ତଳି ଲଗେଇବା ଭଳି କଷ୍ଟ କାଠିନ୍ୟ କାମକୁ ମନୋରଞ୍ଜନ ସହ କରିବା ଓ ପରିଶ୍ରମକୁ ଲାଘବ କରିବା ପାଇଁ ଆଦିବାସୀ ଲୋକ ଗୀତ ଗାଇ ଗାଇ କାମ କରିଥାନ୍ତି । ଏହି ଗୀତରେ ଗୀତ ଗାଉଥିବା ଆଦିବାସୀ ମହିଳା ମାନେ ନିଜ ଦଳରେ ଥିବା ଯୁବତୀମାନଙ୍କ ନାରେ ମଧ୍ୟ ଖିଆଲ ଟାପରା କରିବା ସହ ଜମି ହିଡଉପରେ ଠିଆ ହୋଇ କାମକୁ ନିରୀକ୍ଷଣ କରୁଥିବା ଜମି ମାଲିକଙ୍କ ନାରେ ମଧ୍ୟ ଗୀତ ଗାଇଥାନ୍ତି।

ଏହି ସମୟରେ ଆଦିବାସୀ ମହିଳା ମାନେ ଏକ ସ୍ୱର, ଏକ ଲୟରେ ଗାଉଥିବା ଗୀତ ଯେତେବେଳେ ପବନରେ ଭାସିଆସି ସେହି ରାସ୍ତା ଦେଇ ଯାଉଥିବା ବାଟୋଇର କାନରେ ଯେତେବେଳେ ମୃଦୁ ଶବ୍ଦରେ ବାଜେ ସେତେବେଳେ ବାଟୋଇ ମଧ୍ୟ ନିଜର ସବୁ କାମ ଛାଡି କିଛି ସମୟ ପାଇଁ ଅଟକି ଯାଏ । ଏହି ଲୋକ ଗୀତ ଆଜି ଧୀରେ ଧୀରେ ହଜିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଲା ପାଶ୍ଚାତ୍ୟ ସଂସ୍କୃତି, ଟିଭି, ମୋବାଇଲ ପ୍ରତି ଆଜିକାର ଯୁବପିଢିଙ୍କ ଆକର୍ଷଣ ।

ଏପଟେ ଆଜିର ଯୁବତୀ ମାନେ ପୂର୍ବ ପୁରୁଷଙ୍କ ଏହି ପରମ୍ପରାକୁ ଶିଖିବା ଓ ଜାଣିବା ପାଇଁ ନା ପସନ୍ଦ କରୁଛନ୍ତି । କିଛି ବୟସ୍କ ଆଦିବାସୀ ମହିଳାଙ୍କ ପାଇଁ ଏହା ଏବେ ବଞ୍ଚି ରହିଛି । ଏମାନଙ୍କ ପରେ ଏହି ଲୋକ ଗୀତ, ଆଦିବାସୀ ସଂସ୍କୃତି ହଜିଯିବ ବୋଲି ଆଦିବାସୀ ମହିଳା ମାନେ କହିଛନ୍ତି । ଆଦିବାସୀ ସଂସ୍କୃତି ଉପରେ କଳା ବାଦଲ ଘନେଇବାରେ ଲାଗିଛି । ଥରେ ଏହା ହଜିଗଲେ ଏହାକୁ ପୁନଃଜୀବିତ କରିବା ବହୁ କଷ୍ଟକର ବ୍ୟାପାର ହୋଇଯିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.