ନବରଙ୍ଗପୁର: ଆଜି ଶ୍ରାବଣର ପ୍ରଥମ ସୋମବାର। ଦେବାଦୀଦେବ ମହାଦେବଙ୍କ ନିକଟକୁ ଛୁଟିଛି କାଉଡିଆଙ୍କ ଭିଡ । ଏନେଇ ଇନ୍ଦ୍ରାବତୀ ଠାରେ କାଉଡ଼ିଆଙ୍କର ଜନସମାଗମ ହୋଇଥିଲା । ଭୋର ସମୟରେ ପୋଡ଼ାଗଡ଼ ନଦୀ ତୁଠରେ ଇନ୍ଦ୍ରାବତୀ ବୋଲବମ ମହାସଂଘର ସମସ୍ତ ଭକ୍ତ, କର୍ମକର୍ତ୍ତା ଏବଂ କାଉଡ଼ିଆ ମାନେ ଏକତ୍ରିତ ହୋଇ ଭଗବାନ ଭୋଳାଶଙ୍କରଙ୍କୁ ପୂଜାର୍ଚ୍ଚନା କରିଥିଲେ ।
ଏହାପରେ କାଉଡିଆ ମାନେ ନିଜ ଭାରରେ ଜଳ ଭରି କପୁର ସ୍ଥିତ ନିଳ କଣ୍ଠେଶ୍ୱର ମନ୍ଦିରକୁ ଜଳାଭିଷେକ ପାଇଁ ବାହାରି ପରେ ମନ୍ଦିରରେ ପହଞ୍ଚି ଶାନ୍ତି ଶୃଙ୍ଖଳାର ସହିତ ଜଳାଭିଷେକ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ