ETV Bharat / state

ଲକ୍ଷ୍ମଣପୁରରେ ଜଳୁଛି ଏକାଧିକ ଘର, ନକ୍ସଲଙ୍କ ଟାର୍ଗେଟରେ ଥିଲା ଗାଁ - ମାଓ ପୋଷ୍ଟରରେ ଚେତାବନୀ

ନବରଙ୍ଗପୁର ସ୍ଥିତ ଲକ୍ଷ୍ମଣପୁର ଗ୍ରାମର ଏକାଧିକ ଘର ଜଳି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ

ଏକାଧିକ ଘରେ ଲାଗିଛି ନିଆଁ
ଏକାଧିକ ଘରେ ଲାଗିଛି ନିଆଁ
author img

By

Published : Jun 4, 2023, 10:16 PM IST

Updated : Jun 4, 2023, 10:27 PM IST

ଲକ୍ଷ୍ମଣପୁରରେ ଜଳୁଛି ଏକାଧିକ ଘର

ନବରଙ୍ଗପୁର: ଗାଁର ଏକାଧିକ ଘରେ ଲାଗିଛି ନିଆଁ । ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମରେ । ଅଗ୍ନିକାଣ୍ଡରେ ଅନେକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଏହି ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ।

ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବେ ସଂରକ୍ଷିତ ଜଙ୍ଗଲ କାଟି ଲକ୍ଷ୍ମଣପୁର ଗ୍ରାମ ସୃଷ୍ଟି କରିବା ସହିତ ଜନବସତି କରାଇଥିବା ଘଟଣାକୁ ନେଇ ଚେତାବନୀ ଦେଇଥିଲେ ନକ୍ସଲ । ଏନେଇ ଗତ ମାର୍ଚ୍ଚ ମାସ ୧୭ ତାରିଖ ରାତିରେ ନକ୍ସଲମାନେ ଟାର୍ଗେଟ କରି ନାରାୟଣ ନାଗେଶଙ୍କୁ ହତ୍ୟା କରିଥିଲେ । ଜଙ୍ଗଲ କାଟି ସଫା କରୁଥିବା ଲୋକଙ୍କୁ ବିରୋଧ କରି ନକ୍ସଲ ମାନେ ବାରମ୍ବାର ପୋଷ୍ଟର ଓ ବ୍ୟାନର ଲଗାଇ ତାଗିଦ କରି ଆସୁଥିବା ପୂର୍ବରୁ ନଜିର ରହିଛି । ତେବେ ଏହି ଲକ୍ଷ୍ମଣପୁର ଗ୍ରାମକୁ ମାଓବାଦୀ ମାନେ ଅନେକ ଦିନ ଧରି ଟାର୍ଗେଟ କରିଆସୁଥିବା ଗ୍ରାମବାସୀ କହିଛନ୍ତି ।

ଜଙ୍ଗଲ ପଦା କରି ଗ୍ରାମବସତି ସ୍ଥାପନ କରିବା ଅଭିଯୋଗରେ ନକ୍ସଲ ମାନେ ନାରାୟଣ ନାଗେଶଙ୍କୁ ହତ୍ୟା କରିବା ସହ ସେହି ଅଞ୍ଚଳର ପ୍ରାୟ ୧୨ ଜଣଙ୍କ ନାଁରେ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରି ଚେତାବନୀ ଦେଇଥିଲେ । ଏହି ଘଟଣା ପରେ ଲକ୍ଷ୍ମଣପୁର ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ନିଜ ଭିଟାମାଟି ଛାଡି ଗାଁ ବାହାରକୁ ଚାଲି ଯାଇଥିଲେ ।

ଯିବା ସମୟରେ ଗ୍ରାମବାସୀମାନେ ଅତ୍ୟାବଶ୍ୟକୀୟ ଜିନିଷ ସବୁ ସାଥିରେ ନେଇଥିବାବେଳେ ଆଉ କିଛି ଆସବାବପତ୍ର ଛାଡ଼ି ଘର ଗୁଡ଼ିକକୁ ତାଲା ପକାଇ ଦେଇଥିଲେ । ତେବେ ସୂଚନା ଅନୁସାରେ, ସେମାନେ ମଝିରେ ମଝିରେ ଲକ୍ଷ୍ମଣପୁର ଗ୍ରାମକୁ ଆସି ନିଜ ଘର ଖୋଲି ଦେଖିବା ପରେ ପୁଣି ତାଲା ପକାଇ ଚାଲିଯାଉଥିଲେ । କିନ୍ତୁ ଗ୍ରାମରେ ରହିଥିବା ପ୍ରାୟ ୩୨ରୁ ଉର୍ଦ୍ଧ୍ବ ଘର ମଧ୍ୟରୁ ଅଧିକାଂଶ ଘରକୁ କେହି ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାହା ଏଯାବତ୍ ସ୍ପଷ୍ଟ ହୋଇ ନଥିବାବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ରାଇଘର ପୋଲିସ । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 4, 2023, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.