ETV Bharat / state

ଧାନ ଗଦାରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ସ୍କୁଲ ପିଲା - ଧାନ ଗଦାରେ ଅଗ୍ନିକାଣ୍ଡ

ନବରଙ୍ଗପୁର ଚଢ଼େଇଗୁଡ଼ା ଠାରେ ଧାନ ଗଦାରେ ଅଗ୍ନିକାଣ୍ଡ । ଉପସ୍ଥିତ ବୁଦ୍ଧି ଆଉ ସାହାସିକତା ଯୋଗୁଁ ନିଆଁ ଉପରେ କାବୁ ଆଣିଲେ ସ୍କୁଲ ଛାତ୍ରଛାତ୍ରୀ । ଅଧିକ ଖବର ପଢନ୍ତୁ...

school students
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 27, 2019, 4:43 AM IST

ନବରଙ୍ଗପୁର: ଉମରକୋଟ ବ୍ଲକର ଚଢ଼େଇଗୁଡ଼ା ଠାରେ ଧାନ ଗଦାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ସ୍କୁଲ ପିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାମୁତାବକ, ବିଦ୍ୟାଳୟର ଠିକ ସାମ୍ନାରେ ଏକ ଧାନ ଗଦା ଥିଲା । କେଉଁ କାରଣରୁ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଆଉ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲାଯେ, ପାଖରେ ଥିବା ଅନ୍ୟ 10ଟି ଗଦାରେ ନିଆଁ ବ୍ୟାପିଯାଇଥିଲା । ଲୋକଙ୍କ ପାଟି ତୁଣ୍ଡ ଶୁଣି ସ୍ଥାନୀୟ ସ୍କୁଲର ପିଲାମାନେ ଦୌଡିଆସି ଲୋକଙ୍କ ସହ ମିଶି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଘଟଣାର ଖବର ପାଇ ଧାନ ଗଦା ମାଲିକ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳ ଗାଡି ଆସି ନିଆଁ ଉପରେ କାବୁ କରିଥିଲା ।

ତେବେ ସ୍କୁଲ ପିଲାମାନଙ୍କ ମାନବିକତା ଓ ସାହାସିକତାକୁ ଦେଖି ଗାଁ ଲୋକେ ଓ ଧାନ ମାଲିକ ବହୁତ ଧନ୍ୟବାଦ ଦେବାସହ ତାଙ୍କର କିଛି ପରିମାଣ ଧାନ ନିଆଁରୁ ବର୍ତ୍ତିଥିବା କହିଛନ୍ତି । ଯାହା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଫର୍ମାଟ-ଏଭିଓ
Anchor-କୌଣସି ସରକାରୀ କର୍ମଚାରୀ ନାହିଁ କି କୌଣସି ରାଜନେତା ଏଥର ମାନବିକତା ଦେଖେଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚଢ଼େଇଗୁଡ଼ା ଗାଁ ସ୍କୁଲ ପିଲା ଦେଖନ୍ତୁ ଏହି ରିପୋର୍ଟ.
ଉମରକୋଟ ବ୍ଲକ ର ଚଢ଼େଇଗୁଡ଼ା ଠାରେ ଧାନ ଗଦା ରେ ନିଆଁ ଲାଗି ଯାଇ ଥିଲା ଯେଉଁ ଯାଗା ରେ ଧାନ ଗଦା ଥିଲା ଠିକ ସାମ୍ନା ରେ ବିଦ୍ୟାଳୟ ଥିଲା ହଟାତ ନିଆଁ ଓ ଧୂଆଁ ଦେଖି ଓ ଲୋକଙ୍କ ଚିତ୍କାର ଶୁଣି ସାହାଯ୍ୟ ର ହାତ ବଢ଼ାଇ ଥିଲେ ସ୍କୁଲପିଲା କିଏ ବାଲଟି ତୋ ଆଉ କିଏ ହାଣ୍ଡି ଧରି ପାଣି ଆଣି ନିଆଁ ଲିଭେଇବା ରେ ଲାଗିପଡ଼ି ଥିଲେ କିଛି ସମୟ ପରେ ଧାନ ଯାହାର ସେ ପହଂଚି ଦମକଲ କୁ ଖବର ଦେଇଥିଲେ ବହୁତ ବିଳମ୍ବିତ ରେ ଦମକଳ ଗାଡି ଆସିବା ପର୍ଯ୍ୟନ୍ତ ଏହି ସ୍କୁଲ ପିଲାମାନେ ଓ ଗାଁ ଲୋକେ ନିଆଁ ଲିଭେଇ ବା ରେ ଲାଗିଥିଲେ ପ୍ରାୟ 10 ରୁ ଉର୍ଦ୍ଧ ଧାନଗଦା ରେ ନିଆଁ ବହୁତ ଲାଗି ଥିଲା ହେଲେ ଦମକଳ ଗାଡି ର ପାଣି ସରି ଯିବାରୁ ପୁଣି ସ୍କୁଲ ପିଲାମାନେ ଆହୁରି ପାଣି ଆଣି ନିଆଁ କୁ ଆୟତ୍ତ କରିଥିଲେ ଏହି ସ୍କୁଲ ପିଲାମାନଙ୍କ ମାନବିକତା ଓ ସାହାସିକତା କୁ ଦେଖି ଗାଁ ଲୋକେ ଓ ଧାନ ମାଲିକ ବହୁତ ଧନ୍ୟବାଦ ଦେବାସହ ତାଙ୍କର କିଛି ପରିମାଣ ଧାନ ନିଆଁ ରୁ ବର୍ତି ଲା ତାହା ଏହି ସ୍କୁଲ ପିଲାଙ୍କ ପାଇଁ ଏହା ଏବେ ଚଢ଼େଇଗୁଡ଼ା ଆଖପାଖ ଅଞ୍ଚଳ ରେ ଚର୍ଚ୍ଚା.Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.