ETV Bharat / state

ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ - ନବରଙ୍ଗପୁରରେ ମଣ୍ଡିରୁ ଉଠୁନି ଧାନ

ମଣ୍ଡିରୁ ଧାନ ନ ଉଠିବା ଯୋଗୁଁ ଚାଷୀମାନେ ରାସ୍ତାରୋକ କରିବା ସହିତ ଲ୍ୟାମ୍ପସ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି । ଅଧିକ ପଢନ୍ତୁ...

Farmers blocked Saruguda road for Rice mill problems in Nabarangpur
ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ
author img

By

Published : Feb 2, 2021, 6:09 PM IST

ନବରଙ୍ଗପୁର: ଜିଲ୍ଲାରେ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀମାନେ ସରୁଗୁଡାଠାରେ ରାସ୍ତାରୋକ କରିବା ସହ ନନ୍ଦାହାଣ୍ଡି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ରାସ୍ତାରୋକରେ ସାମିଲ ହୋଇଛନ୍ତି ।

ଗତ କିଛି ଦିନ ଧରି ମଣ୍ଡିରେ ଟାର୍ଗେଟ ନ ଥିବା କହି ଧାନ ଉଠୁନଥିବାବେଳେ ଚାଷୀ ଧାନକୁ ଘରେ ରଖି ଚିନ୍ତାରେ ପଡିଯାଇଥିଲେ । ଏହି ସମୟରେ ମହାମଣ୍ଡି ଗୁଜବ ହେତୁ ଚାଷୀମାନେ ସରୁଗୁଡା ମଣ୍ଡିରେ ଧାନ ନେଇ ଆସିଥିଲେ । ଯାହା ଫଳରେ ପ୍ରାୟ ୬୦ ହଜାର କ୍ବିଣ୍ଟାଲ ଧାନମଣ୍ଡିରେ ପଡିରହିଛି । ଦୀର୍ଘ ସାତ ଦିନ ଧରି ମଣ୍ଡିରେ ଧାନ ପଡିରହିଥିବା ବେଳେ ଶୀତ କାକର ରାତିରେ ଚାଷୀ ଧାନବସ୍ତାକୁ ଜଗି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀମାନେ ବିକ୍ଷୋଭ କରିଛନ୍ତି ।

ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

ଚାଷୀ ଉତ୍ୟକ୍ତ ହୋଇ ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ପକାଇବା ସହ ସରୁଗୁଡାଠାରେ ନବରଙ୍ଗପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ନବରଙ୍ଗପୁର ମୁଖ୍ୟାଳୟ ସହ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଗମନାଗମନ ବାଧା ପ୍ରାପ୍ତ ହୋଇଛି । ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ରାସ୍ତାରୋକରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.