ETV Bharat / state

ଜିଲ୍ଲା କୋର୍ଟରେ ଇ-ଫାଇଲିଂ ପ୍ରଶିକ୍ଷଣ, କମ୍ପ୍ୟୁଟର ଜରିଆରେ ଦାଖଲ ହେବ ଦଲିଲ

author img

By

Published : May 13, 2022, 9:40 PM IST

ନବରଙ୍ଗପୁର ଜିଲ୍ଲା କୋର୍ଟରେ ଇ-ଫାଇଲିଂ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲା କୋର୍ଟରେ ଇ-ଫାଇଲିଂ ପ୍ରଶିକ୍ଷଣ, କମ୍ପ୍ୟୁଟର ଜରିଆରେ ଦାଖଲ ହେବ ଦଲିଲ
ଜିଲ୍ଲା କୋର୍ଟରେ ଇ-ଫାଇଲିଂ ପ୍ରଶିକ୍ଷଣ, କମ୍ପ୍ୟୁଟର ଜରିଆରେ ଦାଖଲ ହେବ ଦଲିଲ

ନବରଙ୍ଗପୁର: ଜିଲ୍ଲା ଅଦାଲତ ପକ୍ଷରୁ ଆଜି(ଶୁକ୍ରବାର) କୋର୍ଟ ପରିସରରେ ଥିବା ସମ୍ମେଳନ ଗୃହରେ ଇଲେକ୍ଟ୍ରୋନିକ ଫାଇଲିଂ ସମ୍ବନ୍ଧରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । କୋର୍ଟରେ ସବୁ ପ୍ରକାର ନୂତନ ମାମଲା, ଦଲିଲ କମ୍ପ୍ୟୁଟର ଜରିଆରେ ଦାଖଲ କରାଯିବାକୁ ଥିବାରୁ ଏଭଳି ପ୍ରଶିକ୍ଷଣ ଦିଆଯାଇଛି ।

ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୀବ ଦୁବେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର ଓ ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଷ୍ଟର ପ୍ରଶିକ୍ଷକ ଆଇନଜୀବୀ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ ଓ ସୁଦାମ କୁମାର ସରାବୁ ଆଇନଜୀବୀ ଓ ଗୁମାସ୍ତା ମାନଙ୍କୁ ଏହି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ସିଷ୍ଟମ୍ ସହାୟକ ଗୋପାସିସ ମହାନ୍ତି ଭିଡିଓ ପ୍ରଦର୍ଶନ କରିଥିଲେ । ସମୟକ୍ରମେ କୋର୍ଟରେ ସବୁ ପ୍ରକାର ନୂତନ ମାମଲା, ସମସ୍ତ ପ୍ରକାର ଦଲିଲ୍ କମ୍ପ୍ୟୁଟର ଜରିଆରେ ଦାଖଲ କରାଯିବ ।

ବିଭିନ୍ନ ମାମଲା ଗୁଡ଼ିକରେ ଦାଖଲ ହେଉଥିବା କୋର୍ଟ ଫି ଗୁଡ଼ିକ ମଧ୍ୟ ଇଲେକ୍ଟ୍ରୋନିକ ମାଧ୍ୟମରେ ଦାଖଲ ହେବ । ଗତ ମାର୍ଚ୍ଚ ମାସରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ. ମୁରଲୀଧର ଜୟପୁର ଠାରୁ ଆଭାଷୀ କାର୍ଯ୍ୟକ୍ରମ ଜରିଆରେ ନବରଙ୍ଗପୁର ଇ-ଫାଇଲିଂ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଜୟପୁରରେ ହୋଇଥିବା ମାଷ୍ଟର ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ନବରଙ୍ଗପୁରର ୮ଜଣ ଆଇନଜୀବୀ ପ୍ରଶିକ୍ଷଣ ନେଇଥିଲେ। ପ୍ରତି ସପ୍ତାହରେ ପର୍ଯ୍ୟାୟ କ୍ରମେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ।

ଏହି କାର୍ଯ୍ୟକ୍ରମରେ ସଂଘର ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, ମୀନ କେତନ ପୂଜାରୀ, ସ୍ନେହଲତା ଦେବୀ, ଜେନିଫର ସୁନା, ରାକ୍ଷୀ ଜୈନ, ରାମ ଚନ୍ଦ୍ର ନାୟକ, ରଘୁନାଥ ପାଢ଼ୀ, ଅମର କୁମାର ବିଷୋୟୀ, ଗୋପାଳ ଶତପଥୀ, ସ୍ୱାଗତିକା ସାମନ୍ତରାୟ, ତପନ ସିଂ, ସତୀଶ ଚନ୍ଦ୍ର ନାୟକ, ଦୀନେଶ ରାଜ କରକରା, ପ୍ରତାପ କୁମାର ପଣ୍ଡା, ସି. ଏଚ୍. ଚନ୍ଦ୍ର ଶେଖର ରାଓ, ଓକିଲ ଗୁମାସ୍ତା ରାଜ କିଶୋର ରାୟ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.