ETV Bharat / state

କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ମାତାଲ ପ୍ରବାସୀ ଶ୍ରମିକ

କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ମାତାଲ ହୋଇ ନାକେଦମ୍ କଲା ପ୍ରବାସୀ ଶ୍ରମିକ । ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରକାର ଭିଡିଓ ଏବେ ସୋସିଆଲ ମିଡିଆରେ ଆଲୋଢନ ସୃଷ୍ଟି କରିବାରେ ଲାଗିଛି ।

drunk-migrant-workers-in-front-of-the-quarantine-center
କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ମାତାଲ ପ୍ରବାସୀ ଶ୍ରମିକ
author img

By

Published : Jun 1, 2020, 6:36 AM IST

ନବରଙ୍ଗପୁର: କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ମାତାଲ ହୋଇ ନାକେଦମ୍ କଲା ପ୍ରବାସୀ ଶ୍ରମିକ । ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରକାର ଭିଡିଓ ଏବେ ସୋସିଆଲ ମିଡିଆରେ ଆଲୋଢନ ସୃଷ୍ଟି କରିବାରେ ଲାଗିଛି । କେଉଁଠି ଖାଦ୍ୟକୁ ନେଇ ଡ୍ରାମା ତ ଆଉ କେଉଁଠି ମଦ୍ୟ ପାନ କରି ଉତ୍ପାତ କରିବା ଦୃଶ୍ୟ କୋରୋନା ଯୋଦ୍ଧାଙ୍କୁ ଚିନ୍ତାରେ ପକାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛ ନବରଙ୍ଗପୁର ଜିଲ୍ଲା ଝରିଗାଁ ମୁଖ୍ୟ ଦପ୍ତର ଠାରେ ।

କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ମାତାଲ ପ୍ରବାସୀ ଶ୍ରମିକ

ଝରିଗାଁ ମହାବିଦ୍ୟାଳୟର ଟିଏମସି କେନ୍ଦ୍ରର ଜଣେ ଅନ୍ତେବାସୀ ଶ୍ରମିକ ଆଜି ଟିଏମସି କେନ୍ଦ୍ରରୁ ବାହାରକୁ ଯାଇ ମଦ୍ୟ ପାନ କରି ଟିଏମସି କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଠିଆ ହୋଇ ଯାତାୟତ କରୁଥିବା ସାଧାରଣ ଲୋକ ଏବଂ ଗାଡି ମୋଟର ଉପରକୁ ଟେକା ପଥର ମାରିବା ସହ ବହୁ ସମୟ ଧରି ନିଜର ତାଣ୍ଡବ ଦେଖାଇଥିଲା । ପରେ ଟିଏମସି ଦାୟିତ୍ବରେ ଥିବା କର୍ମଚାରୀଙ୍କଠାରୁ ସୂଚନା ପାଇ ଝରିଗାଁ ପୋଲିସ୍ ପହଞ୍ଚି ବହୁ ସମୟ ଧରି ନାକେଦମ୍ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି । ଉକ୍ତ ଶ୍ରମିକ ଜଣକଙ୍କ ଘର ଝରିଗାଁ ଅଞ୍ଚଳର ବୋଲି ଜଣା ପଡିଥିବାବେଳେ ସେ ପ୍ରତିଦିନ ଏଭଳି କରୁଥିବା ସୂଚନା ମିଳିଛି ।

ଶ୍ରମିକ ଜଣକ ଜଗତସିଂପୁର ଜିଲ୍ଲାରେ ଦାଦନ ଶ୍ରମିକ ଭାବେ କରିବାକୁ ଯାଇଥିଲେ ଏବଂ କିଛି ଦିନ ତଳେ ସେଠାରୁ ଫେରି ଏହି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଅନ୍ତେବାସୀ ଭାବେ ରହି ଆସୁଥିବା ଜଣାପଡିଛି । ଏ ସମ୍ପର୍କରେ ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁରସିଂ ଧୁରୁଆଙ୍କୁ ପଚାରିବାରୁ ସେ ଏହି ଘଟଣାଟି ସତ୍ୟ ବୋଲି କହିବା ସହ ତାକୁ ବର୍ତ୍ତମାନ କାବୁ କରି ଉକ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.