ETV Bharat / state

କୋରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରସବ କରି ଚର୍ଚ୍ଚାରେ ଡାକ୍ତର - କୋରନା ଆକ୍ରାନ୍ତ ଗର୍ଭବତୀ

ବିଭିନ୍ନ ସ୍ଥାନରେ କୋରୋନା ଆକ୍ରାନ୍ତ ଗର୍ଭବତୀଙ୍କୁ ଅବହେଳା କରାଯାଉଥିବା ବେଳେ ନବରଙ୍ଗପୁରରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀଙ୍କୁ ଚିକିତ୍ସା କରି ଏବେ ଚର୍ଚ୍ଚାରେ ଡାକ୍ତର ମୋହନ ଦାସ । ଅଧିକ ପଢ଼ନ୍ତୁ...

doctor treated covid infected pregnant lady,  nabrangpur doctor, covid infected pregnant lady, କୋରନା ଆକ୍ରାନ୍ତ ଗର୍ଭବତୀ, ମଇଦଲପୁର ସ୍ବାସ୍ଥ୍ୟ କେନ୍ଦ୍ର
କୋରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରସବ କରି ଚର୍ଚ୍ଚାରେ ଡାକ୍ତର
author img

By

Published : Jun 22, 2021, 10:54 PM IST

ନବରଙ୍ଗପୁର: କୋରୋନାରେ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ପ୍ରସୂତି କରି ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି ନବରଙ୍ଗପୁର ଡାକ୍ତର। ଜିଲ୍ଲାର ପାପଡାହାଣ୍ଡି ବ୍ଲକରେ ଘଟିଛି ଏଭଳି ଏକ ଘଟଣା ଯାହାକି ସମାଜରେ ଉଦାହରଣ ସୃଷ୍ଟି କରିପାରିଛି ।

ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର ଚିକିଲିଆଗୁଡା ଗ୍ରାମର ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମଇଦଲପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରସୂତି ସକାଶେ ଆସିଥିଲେ। ପ୍ରଥମେ ଗର୍ଭବତୀ ମହିଳାଙ୍କ କୋରୋନା ପରୀକ୍ଷା କରଯାଇଥିଲା । ପରୀକ୍ଷା ପରେ ପରୀକ୍ଷକ ସତ୍ୟଜିତ ଟାକ୍ରି ମହିଳା ଜଣକ କୋରୋନା ଆକ୍ରାନ୍ତ ଥିବା ସୂଚନା ଦେଇଥିଲେ ।

ମଇଦଲପୁରରେ କାର୍ଯ୍ୟରତ ଡାକ୍ତର ମୋହନ ଦାସଙ୍କୁ ଏନେଇ ସୂଚନା ଦିଆଗଲା । ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେଉଥିବା ଜାଣି ଡାକ୍ତର ମୋହନ ଦାସ ସଙ୍ଗେ ସଙ୍ଗେ ପିପିଇ କିଟ ପିନ୍ଧି ଚିକିତ୍ସାରେ ଲାଗିପଡିଲେ । କିଛି ସମୟ ପରେ ଗର୍ଭବତୀ ମହିଳାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଜୀବନକୁ ବାଜି ଲଗାଇ ମଇଦଲପୁର ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ରଶ୍ମିତା ବାଗ ଓ ସହାୟିକା ପଦ୍ମା ଭତ୍ରା ପିପିଇ କିଟ ପିନ୍ଧି ପ୍ରସବ କରାଇବାରେ ଡାକ୍ତରଙ୍କୁ ସହଯୋଗ କରିଥିଲେ। ଏଭଳି କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି ।

ପ୍ରସୂତି ପରେ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ପ୍ରସବ ପରେ ମା ଓ ଶିଶୁଙ୍କୁ ତାଙ୍କ ଘରକୁ ପଠାଇ ଦିଆଗଲା ଓ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ଜଣେ ଗର୍ଭବତୀ ମହିଳା ଘରେ ଥିବା ସତ୍ତ୍ବେ କୋରୋନାରେ ଆକ୍ରାନ୍ତ ହେବା ସେହି ଗ୍ରାମର କୋରୋନା ସଂକ୍ରମଣ ଥିବା ପ୍ରତି ସଙ୍କେତ ଦେଇଛି । ଏଣୁ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଚିକିଲିଆଗୁଡା ଗ୍ରାମକୁ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କାରାଯିବାକୁ ସାଧାରଣରେ ଦାବି ହେଉଛି । ଏଥିପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇ କଣ ପଦକ୍ଷେପ ନେଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.