ନବରଙ୍ଗପୁର: ଗଣେଶ ପୂଜା ଭସାଣରେ ଢେମଶା ନାଚ ଏବଂ ବ୍ୟାଣ୍ଡ୍ ବାଜା ଶବ୍ଦରେ ଦୁଲୁକୁଥିଲା ଦାଣ୍ଡ । ସୁପର ଡ୍ୟାନ୍ସ କଲେ ବିଧାୟକ । ଢେମଶା ଗୀତ ତାଳେତାଳେ କଳାକାରଙ୍କ ସହ ଝୁମୁଥିଲେ, ଝୁଲୁଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ସହ ତାଳ ସହ ତାଳ ମେଳାଇ ଢେମଶା ନୃତ୍ୟ ଦର୍ଶକ. କଳାକାର ସମସ୍ତେଙ୍କୁ ବେଶ୍ ଆନନ୍ଦ ଦେଇଥିଲା । ପାପଡାହାଣ୍ଡି ବ୍ଲକ୍ର ମୈଦଲପୁର , ସେମଳା ଏଭଳି ଅନେକ ଗାଁକୁ ଗଣେଶ ପୂଜା ବିସର୍ଜନରେ ଯୋଗଦେବା ଅବସରରେ ନାଚିଥିଲେ ବିଧାୟକ ମନୋହର । ଝିପ୍ଝିପ ବର୍ଷାରେ ଭସାଣ ଉତ୍ସବରେ ମନୋହରଙ୍କ ମନଲୋଭା ଢେମଶା ନୃତ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । କେତେବେଳେ ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ତ, ଆଉ କେତେବେଳେ ନିଜର ନିଆରା ଜନସମ୍ପର୍କ ଅଭିଯାନ ପାଇଁ ଚର୍ଚ୍ଚା ପରିଧିକୁ ଆସନ୍ତି । ନିଜର ଏହି ଖାସ ଅନ୍ଦାଜ ପାଇଁ ଲୋକ ମାନଙ୍କ ନିକଟରେ ବେଶ୍ ଆଦୃତ ହୋଇପାରିଛନ୍ତି । ପୂର୍ବରୁ ନବରଙ୍ଗପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ଥର ସେ ଡାବୁଗାଁର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ବିଜୟୀ ହେଲା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ନିକଟକୁ ଯାଇ ସମସ୍ୟା ସମାଧାନ କରିବା ନିର୍ଦ୍ଦେଶକୁ ପାଳନ କରିଆସୁଛନ୍ତି । ପ୍ରତିଦିନ ଡାବୁଗାଁ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି ବ୍ଲକ୍, କୋଷାଗୁମୁଡା ବ୍ଲକ୍, ଡାବୁଗା ବ୍ଲକ୍ର ସମସ୍ତ ଗାଁରେ ବୁଲି ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପାଖରେ ହାଜର ହୁଅନ୍ତି । ଚାଷ ଜମିରେ କାମ କରୁଥିବା ମହିଳା ମାନଙ୍କ ପାଇଁ ପଲିଥିନ୍ ଜରି ବାଣ୍ଟିଵା ସହ ଖାଦ୍ୟ ସାମଗ୍ରୀ ଚା' ବିସ୍କୁଟ ବାଣ୍ଟନ୍ତି ମନୋହର ରନ୍ଧାରୀ । ସେହପରି ଅନେରକ ବିଦ୍ୟାଳୟକୁ ବିଧାୟକ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ପେନ୍ ଖାତା ଚକୋଲେଟ୍ ଵାଣ୍ଟନ୍ତି ।
କିଛି ଦିନ ତଳେ ମନୋହର ରନ୍ଧାରୀ ନିଜେ ହାତରେ କୋଦାଳ ଧରି ରାସ୍ତା ସମତୁଲ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଚର୍ଚ୍ଚା ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି ପ୍ରଶଂସା କରିଥିଲେ । ଏହାପରେ ସଭିଙ୍କ ମୁହଁରେ ଗୋଟିଏ କଥା ବିଧାୟକ ହେବ ତ ଏମିତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ