ETV Bharat / state

ମଣ୍ଡି ପାଇଁ ଚାଷୀ ନାମ ପଞ୍ଜିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମଣ୍ଡି କାର୍ଡରୁ ବଞ୍ଚିତ ହୋଇଥିବା ଧାନଚାଷୀଙ୍କ ନାମପଞ୍ଜିକରଣ ନିମନ୍ତେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଏହାର ନକଲ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 3, 2020, 12:55 PM IST

demand letter addressed to the chief minister For farmer registration
ମଣ୍ଡି ପାଇଁ ଚାଷୀ ନାମପଞ୍ଜିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ନବରଙ୍ଗପୁର: ହଜାର ହଜାର ଧାନଚାଷୀ ମଣ୍ଡି କାର୍ଡରୁ ବଞ୍ଚିତ ହୋଇଥିବାବେଳେ ଏଥିପ୍ରତି ପଦକ୍ଷେପ ନେବାକୁ ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ସହକାରୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିବାସୀ ଅଧ୍ୟୁସିତ ଏହି ଜିଲ୍ଲାର ଚାଷୀ ମାନେ କୋରୋନା ମହାମାରୀ ସତ୍ତ୍ବେ ଜୀବନକୁ ବାଜି ଲଗେଇ କୋଭିଡ ନିୟମକୁ ମାନି ଧାନ ଚାଷ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଜିଲ୍ଲାର ହଜାର ହଜାର ଚାଷୀ ମାନେ ନାମ ପଞିକୃତରୁ ବଞ୍ଚିତ ହୋଇଥିବାରୁ ସେମାନେ ମଣ୍ଡି କାର୍ଡ ମିଳିପାରି ନାହିଁ । ଫଳରେ ସେମାନଙ୍କର କଷ୍ଟାର୍ଜିତ ଧାନ ସରକାରୀ ମୂଲ୍ୟରେ ମଣ୍ଡିରେ ବିକ୍ରି କରିପାରିବେ ନାହିଁ ।

ତେଣୁ ଜିଲ୍ଲାରେ ପଞିକୃତ ହୋଇନଥିବା ସମସ୍ତ ଚାଷୀଙ୍କୁ ପୁଣି ଥରେ ପଞିକୃତ କରିବାକୁ ସୁଯୋଗ ଦେଲେ ଜିଲ୍ଲାର ସମସ୍ତ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହାର ନକଲ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲ୍ଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ ପ୍ରମୂଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.