ETV Bharat / state

ମଶାଣିରୁ ମୃତଦେହ ଗାଏବ, ତଦନ୍ତ ଆରମ୍ଭ - nabarangpur news

ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡି ଗାଁରେ ମଶାଣିରୁ ଗାଏବ ହେଲା ମୃତଦେହ । ଅଧିକ ପଢନ୍ତୁ...

crematorium
ମଶାଣିରୁ ମୃତଦେହ ଗାଏବ
author img

By

Published : Mar 10, 2020, 1:18 PM IST

ନବରଙ୍ଗପୁର: ମଶାଣିରୁ ମୃତଦେହ ଗାଏବ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡି ଗାଁରେ । ଯେଉଁଠି ମଶାଣିରୁ ମୃତଦେହ ଖୋଳି ବାହାର କରି ନେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ପାଇବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

crematorium
ମଶାଣିରୁ ମୃତଦେହ ଗାଏବ

ସୂଚନାମୁତାବକ ସାନଭରଣ୍ଡି ଗାଁର ମାନସିଂ କୁମ୍ଭାରଙ୍କ ନାବାଳିକା ଝିଅ ଉକ୍ତ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଉକ୍ତ ଯୁବକ ଜଣକର ଅନ୍ୟ ଜଣେ ଝିଅଙ୍କ ସହ ବାହାଘର ହୋଇଯିବାରୁ ନାବାଳିକା ଜଣକ ମର୍ମାହତ ହୋଇ ସୋମବାର ରାତିରେ ନିଜ ଘରେ ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ ।

ଏହାପରେ ଥାନାରେ ଅଭିଯୋଗ ନେଇ ମୃତଦେହ ବ୍ୟବଚ୍ଛେଦ ପରେ ପୁଜାରିଗୁଡ଼ା ସ୍ଥିତ ମଶାଣିରେ ପୋତିଥିବା କଥା ନାବାଳିକାର ଭାଇ ପ୍ରକାଶ କରିଥିଲେ । ତେବେ ମଙ୍ଗଳବାର ସକାଳେ ମୃତଦେହ ଖୋଳାଯାଇଥିବା ଖବର ପୋଲିସକୁ ଦିଆଯାଇଥିଲା । ସେପଟେ ଘଟଣା ସ୍ଥଳରେ ଉମରକୋଟ ଥାନା ଅଧିକାରୀ ଉମେଶ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ସମ୍ପୂର୍ଣ୍ଣଭାବେ ଖୋଳାଯିବ ବୋଲି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.