ETV Bharat / state

ହାତରେ କୋଦାଳ, ମୁଣ୍ଡରେ ପଗଡି: ବର୍ଷାରେ ଭିଜି ରାସ୍ତା ସମତୁଲ କଲେ ବିଧାୟକ - ରାସ୍ତା ସମତୁଲ କଲେ ବିଧାୟକ

ମୁଣ୍ଡରେ ହଳୁଆ ପଗଡି ମାରି ମୋରମ ରାସ୍ତାକୁ ମରାମତି କରୁଛନ୍ତି ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୋରମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 21, 2019, 12:55 PM IST

ନବରଙ୍ଗପୁର: ଜାରି ରହିଛି ଝିପ ଝିପ ବର୍ଷା । ହେଲେ ଖାତିର ନାହିଁ । କାଦୁଆରେ ଭରା ଆବଡାଖାବଡା, ରାସ୍ତା ଦେଖି ଅଟକି ଗଲା ବିଧାୟକଙ୍କ ଦାମୀ ଗାଡି ଆଉ ବିବେକ । ନିଜେ ଓଦା ହୋଇ ହାତରେ ମାଟି ଖୋଳିବା ଉପକରଣ ଫାଉଡା(କୋଦାଳ) ଧରି ମରାମତି କାମରେ ଲାଗି ପଡିଛନ୍ତି ବିଧାୟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ମୁଣ୍ଡରେ ହଳୁଆ ପଗଡି ମାରି ମୋରମ ରାସ୍ତାକୁ ମରାମତି କରୁଛନ୍ତି ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।

ସୂଚନା ଅନୁସାରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଲୋକଙ୍କ ନିକଟତର ହେବାକୁ । ଆଉ ଏହି ପ୍ରୟାସ ଆରମ୍ଭ କରିବା ଲକ୍ଷ୍ୟରେ ବାହାରିଥିଲେ ମନୋହର । ନିଜ ନିର୍ବାଚନ ମଣ୍ଡଳୀର ଚାଷ କରୁଥିବା ମହିଳା ଶ୍ରମିକଙ୍କୁ ରେନ୍‌ କୋର୍ଟ ଓ ଚା' ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ରଖିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମ ପାଇଁ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସରରୁ ଜବାଗୁଡାକୁ ଯାଉଥିବା ସମୟରେ ବାଟରେ ପଡିଥିଲା ଏହି କାଦୁଅ ପଚପଚ ରାସ୍ତା ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କାଦୁଅ ରାସ୍ତାରେ ଗାଡ଼ି ଆଉ ଗଡ଼ିବା ସମ୍ଭବପର ହୋଇପାରିନଥିଲା । ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ କର୍ମୀମାନେ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୋରମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଥିଲେ । ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉଦାହରଣ ସୃଷ୍ଟି କରିଥିଲା ।

ଏହାସହ ମହିଳା ଶ୍ରମିକଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଜମିକୁ ଯାଇ ଦୈନିକ ୨୫ ଶହ ରେନକୋଟ ବଣ୍ଟନ କରିବା ସହିତ ଚା ବିସ୍କୁଟ ଦିଅନ୍ତି ବିଧାୟକ ମନୋହର ରନ୍ଧାରୀ । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ।

ଡାବୁଗାଁ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ସୁଦ୍ଧା ୧୦୫ ଗ୍ରାମକୁ ପକ୍କା ରାସ୍ତା ନାହିଁ ଓ ଖାସ କରି ମୈଦଲପୁର ଅଞ୍ଚଳର ୨୦ଟି ଗ୍ରାମକୁ ରାସ୍ତା ନଥିବା ବିଧାୟକଙ୍କ ନଜରକୁ ଆସିଛି । ଏବେ ସେହି ଚିହ୍ନଟ ରାସ୍ତା ଗୁଡିକୁ ଯଥାଶୀଘ୍ର ମରାମତି କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବିଧାୟକ ମନୋହର କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ବିଧାୟକ ଙ୍କ ହାତରେ କୋଦାଳ
ଫର୍ମାଟ - ଏଭିବି, ୨୦/୦୭/୧୯
ରିପୋର୍ଟ - ତପନ ବିଷୋୟୀ,, ନବରଙ୍ଗପୁର
----------------------------------------------------------
ଆଙ୍କର - ବିଧାୟକ ଙ୍କ ହାତରେ କୋଦାଳ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିର୍ବାଚନ ରେ ନିଜ ନିର୍ବାଚନ ମଣ୍ଡଳୀ ରେ ହାତରେ କୋଦାଳ ଧରି ମୁରୁମ ମାଟି କୁ ସମତୁଲ କରି ଯାତାୟାତ ଉପଯୋଗୀ କରିଥିଲେ । ବିଧାୟକଙ୍କ ଏପରି କାର୍ଯ୍ୟ ଅନ୍ୟ ଜନପ୍ରତିନିଧି ପାଇଁ ଏକ ଉଦାହରଣ ପାଲଟିଛି ।
ଭିଓ-୧- ଝିପି ଝିପି ବର୍ଷା ରେ ମୁଣ୍ଡରେ ପୋଗଡ଼ି ଓ ହାତରେ କୋଦାଳ ଧରି ନିଜେ ଓଦା ହୋଇ ଗ୍ରାମର କାଦୁଅ ମାଟି କୁ ସମତୁଲ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ମନୋହର ରନ୍ଧାରୀ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଧେସ କୁ ପାଳନ କରି ସେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋକଙ୍କ ନିକଟତର ହେବା ପାଇଁ ବର୍ଷା ଦିନ ରେ ଧାନ ଜମିରେ କାମ କରୁଥିବା ମହିଳା ଶ୍ରମିକ ମାନଙ୍କ ନିମନ୍ତେ ରେଇନକୋଟ, ଚା, ବିସ୍କୁଟ ବାଣ୍ଟିବା ନିମନ୍ତେ ବାହାରିଥିଲେ । ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ର କଣ୍ଟାସରରୁ ଜବାଗୁଡା କୁ ଯାଉଥିବା ରାସ୍ତା ଗ୍ରାମର ବର୍ଷା ସମୟରେ ଜମିରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକଙ୍କ ନିମନ୍ତେ ରେଇନକୋଟ, ଚା ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ରଖିଥିଲେ । ତେବେ ନିଜ କର୍ମୀ ମାନଙ୍କ ସହିତ ଏହି ଗ୍ରାମକୁ ଯିବା ସମୟରେ ଗାଁ ଆରମ୍ଭ ରେ ଥିବା କାଦୁଅ ରାସ୍ତାରେ ଗାଡ଼ି ଆଉ ଗଡ଼ିବା ସମ୍ଭବପର ହୋଇପାରିନଥିଲା । ବିଧାୟକ ଙ୍କ ସାଙ୍ଗରେ ଉପସ୍ଥିତ କର୍ମୀ ମାନେ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୁରୁମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଥିଲେ । ବିଧାୟକ ଙ୍କ ଏତାଦୃଶ୍ୟ କାର୍ଯ୍ୟ ସାଙ୍ଗରେ ଥିବା କର୍ମୀ ମାନଙ୍କ ପାଇଁ ଭୋଟ ଦେଇ ପ୍ରତିନିଧି ଭାବେ ଜିତେଇ ଥିବା ଭୋଟର ଙ୍କ ନିମନ୍ତେ କାମ କରିବାର ପ୍ରେରଣାଯୋଗାଇଥିଲା । ଉପସ୍ଥିତ କର୍ମୀ ମାନେ ମଧ୍ୟ ବିଧାୟକ ଙ୍କ କାମ କୁ ନିଜ ମୋବାଇଲ ଲେନ୍ସ ରେ ଉତ୍ତୋଳନ କରିବାକୁ ଭୁଲିନଥିଲେ । ନିର୍ବାଚନ ଆସିଲେ ମାଳମାଳ ପ୍ରତିଶ୍ରୁତି ନେଇ ଗାଁ ମୁହାଁ ହୁଅନ୍ତି ନେତା କିନ୍ତୁ ନିର୍ବାଚନରେ ବିଜୟ ହେଲା ପରେ ଆଉ ଅନେକ ଦିନ ପର୍ଯ୍ୟନ୍ତ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଯିବା ସହିତ ଗାଁରେ ଦେଖା ମିଳେନାହିଁ ନେତାଙ୍କର କିନ୍ତୁ ମନୋହରଙ୍କ ଏହି କାର୍ଯ୍ୟ ପ୍ରତିଶୃତି ଦେଇ ଭୁଲିଯାଉଥିବା ନେତାଙ୍କ ପାଇଁ ଉଦାହରଣ ତିଆରି କରିଛି । ଅପରପକ୍ଷରେ ନିର୍ବାଚନ ରେ ବିଜୟ ପରେ ଘରେ ନ ବସି ଭୋଟର ମହିଳା ଶ୍ରମିକ ଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଜମିକୁ ଯାଇ ଦୈନିକ ୨୫ ଶହ ରେଇନକୋଟ ବଣ୍ଟନ କରିବା ସହିତ ଚା ବିସ୍କୁଟ ଦିଅନ୍ତି ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିବା ସହିତ ଏପରି ଗାଁ ମାନଙ୍କୁ ଗ୍ରସ୍ତ ସମୟରେ ନିଜ ନଜର କୁ ଆସିଥିବା ନିଜ ଡାବୁଗାଁ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ସୁଦ୍ଧା ୧୦୫ ଗ୍ରାମକୁ ପକ୍କା ରାସ୍ତା ନାହିଁ ଓ ଖାସ କରି ମୈଦଲପୁର ଅଞ୍ଚଳ ର ୨୦ ଟି ଗ୍ରାମକୁ ରାସ୍ତା ନ ତାଙ୍କ ନଜର କୁ ଆସିଥିବା ଏବଂ ସେହି ଚିହ୍ନଟ କରିଥିବା ରାସ୍ତା ଗୁଡିକୁ ଯଥାଶୀଘ୍ର ମରାମତି କରିବା ପାଇଁ ପ୍ରଶାସନ କୁନିର୍ଧେସ ଦେଇଥିବା ବିଧାୟକ ମନୋହର କହିଛନ୍ତି । ଏହାସହ ସେ କହିଛନ୍ତି ପୂର୍ବରୁ ଏଠାରେ ଥିବା କଂଗ୍ରେସ ବିଧାୟକ କୌଣସି ଜନହିତକର କାମ କରୁନଥିବାରୁ ଗ୍ରାମ ମାନଙ୍କର ଏଭଳି ଅବସ୍ଥା ଓ ଗ୍ରାମର ଏହି ଦୃଶ୍ୟ ଦେଖିବାକୁ ମିଳୁଥିବା ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଗଡ଼ ଥିଲା ଓ ବିଧାୟକ ଭାବେ ଭୁଜବଳ ମାଝୀ ବିଧାୟକ ଥିଲେ । ସେ ସମୟରେ ମନୋହର ନବରଙ୍ଗପୁର ବିଧାନସଭା ନିର୍ବାଚନର ବିଧାୟକ ଥିଲେ କିନ୍ତୁ ଚଳିତ ନିର୍ବାଚନ ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବିଜେଡି ଟିକେଟ ରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.