ନବରଙ୍ଗପୁର : କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ ସରକାରୀ ବାବୁ । ଡାବୁଗାଁ ବ୍ଲକର ଡବ୍ଲୁଇଓ ଶୈଳେନ୍ଦ୍ର ନାଥ ରଥଙ୍କୁ ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି । ନିୟମିତ ବ୍ୟବଧାନରେ ଡ୍ୟୁଟି ନକରିବା ଓ କାର୍ଯ୍ୟରେ ଅବହେଳାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଜିଲ୍ଲାପାଳ ଏହାର ତଦନ୍ତ କରିବା ପରେ ଘଟଣା ସତ୍ୟାସତ୍ୟ ଥିବାଥିଲେ । ଏହାକୁ ନେଇ ଜିଲ୍ଲାପାଳ ଅଜିତ କୁମାର ମିଶ୍ର କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ସୁପାରିଶ କରିଥିଲେ । ଏହାକୁ ଭିତ୍ତି କରି ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ