ETV Bharat / state

ଦେଶୀ ବନ୍ଧୁକ ଜବତ ସହ ୪ ଯୁବକ ଅଟକ

author img

By

Published : Jan 21, 2022, 10:38 PM IST

ଦେଶୀ ବନ୍ଧୁକ ଜବତ ସହ ୪ ଯୁବକ ଅଟକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଭକ୍ତଗୁଡ଼ା ଗାଁର ୪ ଜଣ ଯୁବକଙ୍କୁ ଅଟକ ରଖିଛି ଡାବୁଗାଁ ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

four youths were detained with indigenous firearms confiscated by dabugaon police
ଦେଶୀ ବନ୍ଧୁକ ଜବତ ସହ ୪ ଯୁବକ ଅଟକ

ନବରଙ୍ଗପୁର: ଦେଶୀ ବନ୍ଧୁକ ଜବତ ସହ ୪ ଯୁବକ ଅଟକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଭକ୍ତଗୁଡ଼ା ଗାଁର ୪ ଜଣ ଯୁବକଙ୍କୁ ଅଟକ ରଖିଛି ଡାବୁଗାଁ ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ ।

ଏଥିସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଗତ ୨ ମାସ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳରେ ରାତିରେ ସିରିଜ୍ ଡକାୟତି ଘଟଣାରେ ପୋଲିସ ଏହି ୪ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

ତେବେ ଡାବୁଗାଁ ଥାନା ବଡ଼ ପାଞ୍ଜିଆରିଗୁଡା ପଞ୍ଚାୟତ ଅନ୍ତର୍ଗତ ଭକ୍ତଗୁଡ଼ା ଗାଁରେ କିଛି ଯୁବକ ଦେଶୀ ବନ୍ଧୁକ ଧରି ବୁଲୁଥିବା ନେଇ ପୋଲିସ ଖବର ପାଇଥିଲା । ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ପୋଲିସ ଟିମ୍ ସହ ଭକ୍ତଗୁଡ଼ା ଗାଁରେ ପହଁଞ୍ଚି ଏକ ଦୋକାନ ମଧ୍ୟରୁ ୪ ଜଣ ଯୁବକଙ୍କୁ କାବୁ କରିଥିଲେ ।

ଏମାନଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ତେବେ ୪ ଜଣ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ତଦନ୍ତରେ ଅସୁବିଧା ହେବ ବୋଲି ପୋଲିସ କିଛି କହିବାକୁ ମନା କରିଛି ।

ଅନ୍ୟପଟେ ଡାବୁଗାଁ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଓ ଡକାୟତି ବୃଦ୍ଧି ପାଇଛି । ଫଳରେ ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଆଜିର ଏହି ଘଟଣା ପରେ ପୋଲିସକୁ କିଛି ସୁରାକ ମିଳିବ ବୋଲି ଆଶା କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.