ETV Bharat / state

ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jul 22, 2022, 8:41 AM IST

Updated : Jul 22, 2022, 9:08 AM IST

ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ । ପୋଲିସକୁ ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ତଦନ୍ତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ନବରଙ୍ଗପୁର: ଝରିଗୁଡ଼ାରେ ପୋଲିସ ଉପରେ ଆକ୍ରମଣ ଘଟଣା । ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଗିରଫ କଲା ଡ଼ାବୁଗାଁ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ସୁନାଧର ହରିଜନ । ସୂଚନା ଅନୁଯାୟୀ ଗତ ୧୯ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଝରିଗୁଡ଼ା ଗ୍ରାମକୁ ଡ଼ାବୁଗାଁ ପୋଲିସ ଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ ପରିବାର ଲୋକେ ।

ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ଏହାପରେ ଅଭିଯୁକ୍ତ କୁହାଯାଉଥିବା ମହିଳାଙ୍କ ସ୍ବାମୀ ସୁଶିଲ ନାଗଙ୍କୁ ଗିରଫ କରି ପୋଲିସ ଗାଡି ନିକଟକୁ ନେଉଥିବା ସମୟରେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକେ ପ୍ରଥମେ ସୁଶିଲ ନାଗ ଉପରେ ଆକ୍ରମଣ କରିଥିଲେ । ପରେ ପୋଲିସ ତାକୁ ଜାଣି ଶୁଣି ଲୁଚାଇ ରଖିବାରୁ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।

ଏଥିରେ ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ସହ ଦୁଇ ଜଣ SI ଆହତ ହୋଇଥିଲେ । ଏହି ମାମଲାରେ ଜଡିତ ରହିଥିବା ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଡ଼ାବୁଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ୪୦ ଜଣ ଏଥିରେ ସଂପୃକ୍ତ ରହିଛନ୍ତି ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଦୁଇ ଜଣ ମହିଳା ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ।

Last Updated : Jul 22, 2022, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.