ETV Bharat / state

Cyber Awareness Campaign: ନବରଙ୍ଗପୁରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ - ନବରଙ୍ଗପୁର ନ୍ୟୁଜ

ସାଇବର ଠକାମୀକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲାରେ ସାଇବର ସୁରକ୍ଷା ସଚେତନ ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

Cyber Awareness Campaign
Cyber Awareness Campaign
author img

By ETV Bharat Odisha Team

Published : Oct 3, 2023, 9:15 AM IST

Updated : Oct 3, 2023, 10:46 AM IST

ନବରଙ୍ଗପୁରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ

ନବରଙ୍ଗପୁର: ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଠକେଇ । ନୂତନ ପ୍ରଣାଳୀରେ ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକୁଛନ୍ତି । ସଚେତନ ଅଭାବରୁ ଏହି ସାଇବର ଠକାମୀର ଶିକାର ହେଉଛନ୍ତି ସାଧାରଣ ଲୋକେ । ତେବେ ରାଜ୍ୟରେ ବଢ଼ୁଥିବା ସାଇବର ଠକାମୀକୁ ରୋକିବା ପାଇଁ ଅଣ୍ଟା ଭିଡିଛି ଓଡ଼ିଶା ପୋଲିସ । ଏନେଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ସୁରକ୍ଷା ସଚେତନ ଅଭିଯାନ ରଥକୁ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ତେବେ ଜିଲ୍ଲା ପୋଲିସ ପକ୍ଷରୁ ଏହି ରଥକୁ ସ୍ବାଗତ କରାଯାଇଥିବା ବେଳେ ଏହାର ଫ୍ଲାଗ ଅଫ କରାଯାଇଛି । ଗତକାଲି ଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା ସଚେତନତା ରଥ ଜିଲ୍ଲାର ସମସ୍ତ 10ଟି ବ୍ଲକର 12ଟି ଥାନା ଅଞ୍ଚଳ ପରିକ୍ରମା କରିବ । ଏହି ଅବସରରେ ସାଇବର ଠକେଇରୁ କିପରି ରକ୍ଷା ପାଇ ହେବ ସେନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସାଇବର ସୁରକ୍ଷା କ୍ୟାମ୍ପେନର ମାସ୍କଟ ସାଇରାକୁ ପ୍ରଦର୍ଶିତ କରାଯାଇଥିଲା । ସେହିପରି ସାବଧାନ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ସଚେତନ ହୋଇ ସାଇବର ଅପରାଧରୁ ରାଜ୍ୟକୁ ମୁକ୍ତ କରନ୍ତୁ ବୋଲି ଏହି ସଚେତନତା ସଭାରେ ଆହ୍ବାନ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ସାଇବର ଅପରାଧ ରୋକିବାକୁ ପ୍ରୟାସ; କଟକର ୧୪ ବ୍ଲକରେ ବୁଲିଲା ସଚେତନତା ରଥ

ଏହା ମଧ୍ୟ ପଢନ୍ତୁ- Cyber Awareness Campaign: ବ୍ରହ୍ମପୁର ଓ କଳାହାଣ୍ଡିରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଅନ୍ୟପଟେ ସାଇବର ଅପରାଧ କଣ ଓ ସେଥିରୁ କିପରି ବର୍ତ୍ତିପାରିବେ ସେନେଇ ଅଡିଓ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ଏସ ସୁଶ୍ରୀ, ଜିଲ୍ଲାପାଳ ଡଃ କମଳା ଲୋଚନ ମିଶ୍ର, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ସ୍ବୟଂ ସହାୟିକା ଦଳ ସଦସ୍ୟା, ସ୍କୁଲ ଓ କଲେଜର ବିଦ୍ୟାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 3, 2023, 10:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.