ETV Bharat / state

ଅଫୁଟା ବାଣ ଫୁଟାଇ 2 ଶିଶୁ ଗୁରୁତର - ନବରଙ୍ଗପୁର

ଅଫୁଟା ବାଣ ଫୁଟାଇ 2 ଶିଶୁ ଗୁରୁତର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକାନାଡିଗାଁ ପଞ୍ଚାୟତର କନ୍ଧଗୁଡା ଗାଁର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 27, 2019, 12:23 PM IST

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକାନାଡିଗାଁ ପଞ୍ଚାୟତର କନ୍ଧଗୁଡା ଗାଁରେ ଅଘଟଣ । 2 ଶିଶୁ ଶନିବାର ସକାଳୁ କିଛି ଅଫୁଟା ବାଣକୁ ସଂଗ୍ରହ କରି ଫୁଟାଉଥିଲେ । ହଠାତ ସେହି ଅଫୁଟା ବାଣ ମଧ୍ୟରୁ କେତୋଟି ବାଣ ଫୁଟି ଦୁଇଟି ଶିଶୁ ଗୁରୁତର ଆହତ ହୋଇଛନ୍ତି ।

ଉଭୟଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କର ପ୍ରାଥମିକ ଚିକତ୍ସା ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠେଇ ଦେଛନ୍ତି ।

ସୂଚନା ଅନୁସାରେ ଆହତ ଦୁହେଁ ଜେମାକାନ୍ତ ବଞ୍ଜାରାର ପୁଅ ଲକି ନାଥ ବଞ୍ଜାରା । ଲକିର ବୟସ 8 ବର୍ଷ ହୋଇଥିବାବେଳେ ତାରାଚାନ୍ଦ ବଞ୍ଜାରାର ପୁଅ ଭଲ ବଞ୍ଜାରାର ବୟସ 6 ବୋଲି ଜଣାପଡିଛି । ତେବେ ଶୁକ୍ରବାର ଏକ ବାହାଘରରେ ଫୁଟା ଯାଇଥିବା ବାଣ ମଧ୍ୟରୁ କିଛି ଅଫୁଟା ବାଣ ମଧ୍ୟ ରହିଯାଇଥିଲା, ଯାହାକୁ ଦୁଇ ଶିଶୁ ଲକି ଓ ଭଲ ସଂଗ୍ରହ କରି ଫୁଟାଇବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

SCS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.