ETV Bharat / state

ଜିଲ୍ଲାରେ ବ୍ୟାପକ ହୋଇଛି ଟୀକାକରଣ

author img

By

Published : May 10, 2022, 9:11 AM IST

ନବରଙ୍ଗପୁର ଜିଲ୍ଲାରେ ଟୀକାକରଣ ତିନୋଟି ଗ୍ରୁପରେ ବ୍ୟାପକ କରାଯାଇଥିବା ବେଳେ ପିକୋସନ ଡୋଜ୍‍ ୮୭ ପ୍ରତିଶତ ରହିଛି । ଅଧିକ ପଢନ୍ତୁ

ଜିଲ୍ଲାରେ ବ୍ୟାପକ ହୋଇଛି ଟୀକାକରଣ
ଜିଲ୍ଲାରେ ବ୍ୟାପକ ହୋଇଛି ଟୀକାକରଣ

ନବରଙ୍ଗପୁର: ଜିଲ୍ଲାରେ ସମ୍ଭାବ୍ୟ କୋରୋନା ମହାମାରୀ(COVID-19) ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ଏସମ୍ପର୍କରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ଟୀକାକରଣ ତିନୋଟି ଗ୍ରୁପରେ ବ୍ୟାପକ କରାଯାଇଥିବା ବେଳେ ପିକୋସନ ଡୋଜ୍‍ ୮୭ ପ୍ରତିଶତ ରହିଛି । କୋଭାକ୍ସିନ୍‍ ଟିକା (୧୫ରୁ ୧୮ବର୍ଷ) ୮୭ ପ୍ରତିଶତ ଓ କୋଭାଭାକ୍ସ ଟୀକାକରଣ (ଛୋଟପିଲା) ୯୨ ପ୍ରତିଶତ ହୋଇଛି । ଏହା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇଛି ।

ସେହପିରି BED ମହାବିଦ୍ୟାଳୟରେ ଥିବା କୋଭିଡ୍‍ ଡାକ୍ତରଖାନାରେ ୧୨ଟି ଭେନ୍‍ଟିଲେଟର ରହିଛି । ICU ସୁବିଧା ଅଛି ଏବଂ ୨୦୦ ଶଯ୍ୟା ରହିଛି । COVID-19 ପରୀକ୍ଷା ପାଇଁ DPHL ଲାବୋରେଟୋରୀ ସୁବିଧା ରହିଛି । ସେହିପରି ଶିଶୁ ରୋଗ ବିଶେଷଜ୍ଞ ସମେତ ମୋଟ ୧୮ ଜଣ ଡାକ୍ତର ଓ ଷ୍ଟାଫନର୍ସ ୧୬ ଜଣଙ୍କୁ କୋଭିଡ୍‍ ପାଇଁ ତାଲିମ ଦିଆଯାଇଛି । ଗ୍ରାମାଞ୍ଚଳରେ ସମସ୍ତଙ୍କର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ COVID ପାଇଁ ତାଲିମ ଦିଆଯାଇଥିବା ସୂଚନା ମିଳିଛି ।

ଜିଲ୍ଲାଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବା ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ କହିଛନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ. କାଳୀପ୍ରସାଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ଭାବ୍ୟ କୋଭିଡ୍‍ ପରିଚାଳନା ପାଇଁ ବୈଠକ ସମେତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.