ETV Bharat / state

ଜାଗରରେ ଜୀବନ ହାରିଲେ ପ୍ରେମୀ ଯୁଗଳ, ମୃତଦେହ ଉଦ୍ଧାର - dead

ଘର ଭିତରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଘଟଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗ୍ରାମରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Mar 9, 2019, 11:36 PM IST

ନବରଙ୍ଗପୁର: ଘର ଭିତରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଘଟଣ ଦେଖିବାକୁ ମିଳିଛି
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗ୍ରାମରେ । ଶନିବାର ଏମାନଙ୍କ ମୃତଦେହକୁ ଉମରକୋଟ ପୋଲିସ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ।

ଗତକାଲି ନିକଟସ୍ଥ ଜାମରୁଣ୍ଡା ଗ୍ରାମରେ ଶିବରାତ୍ରୀ ଉତ୍ସବରେ ତୁଳାରାମ ନିଜ ପରିବାର ସହ ଯାଇଥିବାବେଳେ ତାଙ୍କ ଝିଅ ଭଗବତୀ ଘରେ ଏକା ଥିଲେ । ଏହାପରେ ଆଜି ସକାଳୁ ନୂଆଗଡା ଗ୍ରାମର କିଛି ଲୋକ ଘରର ଝରକା ପଟେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାର ଖବର ପାଇ ଉମରକୋଟ ଥାନା ଅଧିକାରୀ ନିଜ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ 2ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡି ନାହିଁ । ଏହାସହ ମୃତକ2 ଜଣ ହେଲେ ଭଗବତୀ କଲାର ଓ ଅନ୍ୟ ଜଣେ ସନପଥ ଭତ୍ରା ବୋଲି ପୋଲିସ କହିଛି ।

ସୂଚନା ଅନୁସାରେ, ମୃତ ଯୁବକ ଯୁବତୀ ବହୁଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ଅନ୍ୟପଟେ ଏମାନେ ଦୁଇ ଜଣ ଉକ୍ତ ଘରେ କେତେବେଳେ ଆସିଲେ ଓ କ'ଣ ପାଇଁ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋଇ, ଇଟିଭି ଭାରତ

Intro:Body:

'ଦିଗବିଜୟ ସିଂଙ୍କୁ ଗୁପ୍ତରୋଗ'

ଭୋପାଳ: ଥମିବାର ନାଁ ଧରୁନି ସେନାଙ୍କୁ ନେଇ ହେଉଥିବା ରାଜନୀତି। ଦିନକୁ ଦିନ ଏହି ବିବାଦ ବଢିବାରେ ଲାଗିଛି। ଆଉ ନିଆଁରେ ଘିଅ ଢାଳୁଛନ୍ତି ଶାସକ ଓ ବିରୋଧୀଙ୍କ ନେତା କର୍ମୀ। ପୁଲୱାମା ଆକ୍ରମଣକୁ ଏକ ଦୁର୍ଘଟଣା କହିବା ପରେ ବିବାଦରେ ଛନ୍ଦି ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ। ବିଭିନ୍ନ ମହଲରୁ ପ୍ରତିକ୍ରିୟା ପାଇବା ପରେ ଏବେ ବିଜେପିର ନେତା ବି ଦିଗବିଜୟଙ୍କୁ କଡା ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ, ଏକ ସଭାରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ବିଧାୟକ ଗୋପାଲ ଭାର୍ଗବ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "ଦିଗବିଜୟଙ୍କ ହାତରେ ଓ ମୁହଁରେ ଗୁପ୍ତ ରୋଗ ହୋଇଛି। ସେଥିପାଇଁ ସେ ନିଜେ ଜାଣିପାରୁନାହାଁନ୍ତି କଣ କରୁଛନ୍ତି ଆଉ କଣ କହୁଛନ୍ତି।

କେବଳ ନିଜ ହାତ ମୋବାଇଲ କି-ପ୍ୟାଡରେ ବୁଲାଉନାହାଁନ୍ତି। ଏବେ ଏହି ଗୁପ୍ତ ରୋଗ ଯୋଗୁଁ ତାଙ୍କ ମୁହଁ ବି ଖରାପ ହୋଇଗଲାଣି। ଏବେ ଯାଏଁ ତାଙ୍କୁ ଖାଇବାକୁ ମିଳୁନଥିଲା ମାତ୍ର ଯେବେଠାରୁ ଦେଶ ବିରୋଧରେ ସେ ବୟାନ ଦେବା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କୁ ଖାଇବାକୁ ମିଳୁଛି"।

ସୂଚନାଯୋଗ୍ୟ, ମୋଦିଙ୍କୁ ଟାର୍ଗେଟ କରି ପୁଲୱାମା ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିଲେ କଂଗ୍ରେସ ନେତା ଦିଗବିଜୟ ସିଂ। ଆଉ ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନ ବାଜି। ପରସ୍ପରକୁ ସମାଲୋଚନା କରିବାକୁ ସୁଯୋଗକୁ ହାତ ଛଡା କଲେନି ଶାସକ-ବିରୋଧୀ। କେବଳ ଏତିକି ନୁହେଁ ନିଜ ବୟାନ ପାଇଁ କ୍ଷମା ନମାଗି ତାଙ୍କ ନାଁରେ କେସ ଦେବାକୁ କହିଥିଲେ ଦିଗବିଜୟ ସିଂ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.