ETV Bharat / state

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Nov 1, 2019, 7:29 PM IST

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ଦ୍ବୟ ହେଲେ ନର୍ତ୍ତମ ନାୟକ ଓ ସବନମ୍ ବେଗମ୍ ।

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର: ଜିଲ୍ଲାର ଫୋଟକି ଗାଁରେ ଚାଞ୍ଚଲ୍ୟ । ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ନର୍ତ୍ତମ ନାୟକ ଓ ସବନମ୍ ବେଗମ୍ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ଏପଟେ ନର୍ତ୍ତମଙ୍କ ସ୍ତ୍ରୀ ଆଣିଛନ୍ତି ହତ୍ୟା ଅଭିଯୋଗ ।

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ନର୍ତ୍ତମ ଶୌଚ ପାଇଁ ବାହାରକୁ ଯାଇ ଆଉ ଫେରି ନଥିଲେ । ଦୀର୍ଘ ସମୟ ପରେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା । ସେ ତାଙ୍କୁ ଧମକ ଦେବା ସହ ସକାଳୁ ସ୍ବାମୀଙ୍କ ମୃତଦେହ ନେଇଯିବ ବୋଲି କହି ଫୋନ୍ କାଟି ଦେଇଥିଲା । ପରେ ସ୍ବାମୀ ଘରକୁ ନଫେରିବାରୁ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ପରିବାର ଲୋକେ । ହେଲେ ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେପଟେ ନର୍ତ୍ତମ ବିବାହିତ ହୋଇବି ଗାଁର ସବନମ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସେପଟେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Anchor-ପ୍ରେମ ର ପରିଣାମ ମୃତ୍ୟୁ ବିବାହିତା ପୁଅ ଓ ଅବିବାହିତା ଝିଅ ର ଝୁଲନ୍ତା ଏକ ରସି ରେ ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚ ନ୍ଦାହାଣ୍ଡି ବ୍ଲକ ଫୋଟକି ଗାଁ ରେ v1- ନବରଙ୍ଗପୁର ଜିଲ୍ଲା ର ଫୋଟକି ଗାଁ ରେ ବୋହୁ ସମ୍ପ୍ରଦାୟ ର ଲୋକେ ରହୁଛନ୍ତି ହେଲେ ସେଇ ଗାଁ ର ନର୍ତ୍ତମ ନାୟକ ଜଣେ ବିବାହିତା ଓ ଗୋଟେ ଝିଅ ମଧ୍ୟ ତାଙ୍କର କିଛି ଦିନ ତଳେ ଫୋଟକୀ ଗାଁ ର ଜଣେ ମୁସଲିମ ସମ୍ପ୍ରଦାୟ ର ଝିଅ ସବନମ ବେଗମ ସହ ଦୁହେଁ ଦୁହିଁ କୁ ପ୍ରେମ କରୁଥିଲେ ହେଲେ ଗତକାଲି ରାତି ସମୟ ରେ ନର୍ତ୍ତମ ନାୟକ ପରିସ୍ରା ପାଇଁ ଘରୁ ସ୍ତ୍ରୀ କୁ କହି ବାହାରିଥିଲେ ରାତ୍ରି ପ୍ରାୟ 2ଟା ସମୟ ଏକ ଫୋନ ଆସିଥିଲା ନର୍ତ୍ତମ ଙ୍କ ସ୍ତ୍ରୀ ଫୋନ ଉଠେଇ ବାରୁ କେହି ଜଣେ ମୋର ନାଁ ମନୁ କହିଥିଲେ ତୋ ସ୍ୱାମୀ ର ମୃତ ଦେହ କୁ ମୁଁ ସକାଳୁ ପଠେଇବି ଖଟିଆ ରେଡି କରି ରଖିଥା କହି ଫୋନ କାଟିଦେଇଥିଲା ସେହି ସମୟ ରେ ନର୍ତ୍ତମ ମଧ୍ୟ ଘରେ ନଥିଲେ କି ଫୋନ ମଧ୍ୟ ନେଇ ନ ଥିଲେ ରାତ୍ରି ସାରା ନର୍ତ୍ତମ ଙ୍କ ସ୍ତ୍ରୀ ଭାଇ ଓ ପରିବାର ଲୋକେ ସବୁଯାଗା ରେ ଖୋଜା ଖୋଜି କରିଥିଲେ ହେଲେ ନର୍ତ୍ତମ ର କୌଣସି ପୋତା ମିଳିନଥିଲା ଆଜି ସକାଳୁ ଗାଁ ପାଖରେ ଥିବା ଏକ ଗଛ ରୁ ଦୁହେଁ ଙ୍କ ଝୁଲନ୍ତା ମୃତ ଦେହ ଦେଖି ଏହା ଏକ ହତ୍ୟା ବୋଲି ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ପୁଅ ର ସ୍ତ୍ରୀ ହିରେନ୍ଦ୍ରୀ ନାୟକBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.