ETV Bharat / state

ନବରଙ୍ଗପୁରରେ କମୁଛି କୋରୋନା ସଂକ୍ରମଣ, ଆଜି 21 ଆକ୍ରାନ୍ତ ଚିହ୍ନଟ

author img

By

Published : Oct 16, 2020, 3:19 PM IST

ନବରଙ୍ଗପୁରରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଜିଲ୍ଲାରେ କେବଳ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ନବରଙ୍ଗପୁରରେ କମୁଛି କୋରୋନା ସଂକ୍ରମଣ, ଆଜି 21 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ କମୁଛି କୋରୋନା ସଂକ୍ରମଣ, ଆଜି 21 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି(ଶୁକ୍ରବାର) ଜିଲ୍ଲାରେ ମାତ୍ର 21 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକରୁ ସର୍ବାଧିକ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ପୌରାଞ୍ଚଳ, କୋଷାଗୁମୁଡା ଓ ନନ୍ଦାହାଣ୍ଡି ବ୍ଲକରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିଭଳି ନବରଙ୍ଗପୁର, ଉମରକୋଟ, ଝରିଗାଁ ବ୍ଲକରୁ 2 ଜଣ ଲେଖାଏଁ ଏବଂ ଉମରକୋଟ ପୌରାଞ୍ଚଳରୁ ଓ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ନବରଙ୍ଗପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର 676କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ 4 ହଜାର 103 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଫେରିଛନ୍ତି। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ 540 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ 442 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 77 ହଜାର 381 ଜଣଙ୍କ ନମୁନା ପରୀକ୍ଷା କରା ଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.