ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ମହାମାରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ପୁଣି 54ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ଏପର୍ଯ୍ୟନ୍ତ 61185 ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ 2953 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସୋମବାର ଚିହ୍ନଟ ହୋଇଥିବା 54 ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ନବରଙ୍ଗପୁର ପୌରାଞ୍ଚଳରୁ 17 ଜଣ, କୋଷାଗୁମୁଡା ବ୍ଲକରୁ 10 ଜଣ, ଉମରକୋଟ ପୌରାଞ୍ଚଳରୁ 7ଜଣ ଚିହ୍ନଟ ହୋଇଛନ୍ତି ।
ଏହାସହ ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଝରିଗାଁ ବ୍ଲକରୁ 6 ଜଣ, ନନ୍ଦାହାଣ୍ଡି ବ୍ଲକରୁ 3 ଜଣ, ପାପଡାହାଣ୍ଡି ବ୍ଲକରୁ 2 ଜଣ ଓ ଉମରକୋଟ, ଡାବୁଗାଁ, ରାଇଘର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ସୋମବାର ଚିହ୍ନଟ 54 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2953 ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 1994 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 947 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 805 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ