ନବରଙ୍ଗପୁର: ରାଜ୍ୟରେ ଏବେ ବି କୋରୋନା ପ୍ରକୋପ ଜାରି ରହିଛି । ନବରଙ୍ଗପୁର ଜିଲ୍ଲାରେ ବୁଧବାର ପୁଣି 30 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 13 ଜଣ, ପାପଡାହାଣ୍ଡି ବ୍ଲକରୁ 7 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 4 ଜଣ, ଡାବୁଗାଁ ବ୍ଲକରୁ 2 ଜଣ, ନବରଙ୍ଗପୁର ଏବଂ ଉମରକୋଟ ପୌରାଞ୍ଚଳ ଏବଂ ତେନ୍ତୁଳିଖୁଣ୍ଟି, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,407 କୁ ବୃଦ୍ଧି ପାଇଛି l ମୋଟ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ 5,097 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ 274 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 203 ଜଣ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 95,288 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ