ETV Bharat / state

ନବରଙ୍ଗପୁରରେ ପୁଣି 24 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଏବେ ବି କୋରୋନା ପ୍ରକୋପ ଜାରି ରହିଛି। କୋରୋନା ଟିକା ଯେ ପର୍ଯ୍ୟନ୍ତ ଆସିନାହିଁ ସେଯାଏଁ ଅବହେଳାର ପ୍ରଶ୍ନ ଉଠୁନାହିଁ କିନ୍ତୁ ପ୍ରତିଦିନ ଦେଖାଯାଉଥିବା ନୂଆ କୋରୋନା ମାମଲାରେ ପୂର୍ବାପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି। ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ
କୋରୋନା ଆକ୍ରାନ୍ତ
author img

By

Published : Nov 3, 2020, 4:44 PM IST

ନବରଙ୍ଗପୁର: ରାଜ୍ୟରେ ଏବେ ବି କୋରୋନା ପ୍ରକୋପ ଜାରି ରହିଛି। କୋରୋନା ଟିକା ଯେ ପର୍ଯ୍ୟନ୍ତ ଆସିନାହିଁ ସେଯାଏଁ ଅବହେଳାର ପ୍ରଶ୍ନ ଉଠୁନାହିଁ କିନ୍ତୁ ପ୍ରତିଦିନ ଦେଖାଯାଉଥିବା ନୂଆ କୋରୋନା ମାମଲାରେ ପୂର୍ବାପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି, ଫଳରେ ଜିଲ୍ଲାବାସୀଙ୍କୁ ଏନେଇ ଆଶ୍ବସ୍ତି ମିଳିଛି ।

ଜିଲ୍ଲାରେ ମଙ୍ଗଳବାର ମାତ୍ର 24 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5,376କୁ ବୃଦ୍ଧି ପାଇଛି । ଚିହ୍ନଟଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 9 ଜଣ, ଉମରକୋଟ ବ୍ଲକରୁ 8 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ତେନ୍ତୁଳିଖୁଣ୍ଟି ବ୍ଲକରୁ 3 ଜଣ, ରାଇଘର ବ୍ଲକରୁ 2 ଜଣ ଏବଂ ନନ୍ଦାହାଣ୍ଡି ଓ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 94,216 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ 5,376 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମୋଟ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ 5,049 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ 291 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 229 ଜଣ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.