ETV Bharat / state

ନବରଙ୍ଗପୁରରେ 500 ଛୁଇଁବ କୋରୋନା ସଂକ୍ରମଣ ମାମଲା

author img

By

Published : Aug 16, 2020, 7:13 AM IST

Updated : Aug 16, 2020, 12:37 PM IST

ନବରଙ୍ଗପୁରରେ ପୁଣି 11 ଜଣ କୋରୋନା ସଂକ୍ରମିତ । ନବରଙ୍ଗପୁର ସହରରୁ ସର୍ବାଧିକ 4 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ 500 ଛୁଇଁବ କୋରୋନା ସଂକ୍ରମଣ ମାମଲା
ନବରଙ୍ଗପୁରରେ 500 ଛୁଇଁବ କୋରୋନା ସଂକ୍ରମଣ ମାମଲା

ନବରଙ୍ଗପୁର: କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ପୁଣି ନବରଙ୍ଗପୁରରୁ 11 କୋଭିଡ ପଜିଟିଭ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା 11 ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ସହରରୁ 4 ଜଣ , ଉମରକୋଟ ସହରର 2 ଜଣ , ନନ୍ଦାହାଣ୍ଡି ବ୍ଲକରୁ 2 ଜଣ ଏବଂ ଉମରକୋଟ ବ୍ଲକ ତେନ୍ତୁଳିଖୁଣ୍ଟି ବ୍ଲକ ଏବଂ ପାପଡାହାଣ୍ଡି ବ୍ଲକରୁ ଜଣିଏଁ ଲେଖାଏଁ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଏହି 11 କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 478 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 370 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 106 ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେଥିମଧ୍ୟରୁ 58 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ ।

ଏହି 11 କୋରୋନା ସଂକ୍ରମିତଙ୍କ ମଧ୍ୟରୁ 6 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ 5 ଜଣଙ୍କୁ ନବରଙ୍ଗପୁର କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Aug 16, 2020, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.