ETV Bharat / state

କଟକଣାକୁ ଚଟକଣା, ରୁଣ୍ଡ ହୋଇ ଦେଖିଲେ ଫୁଟବଲ ଟୁର୍ଣ୍ଣାମେଣ୍ଟ

author img

By

Published : Jan 18, 2022, 8:12 AM IST

କଟକଣାକୁ ଚଟକଣା । ରୁଣ୍ଡ ହେଲେ ଶହ ଶହ ଲୋକ । ମନଭରି ଉପଭୋଗ କଲେ ମ୍ୟାଚ । ନା ଅଛି ଭୟ ନା ନିୟମକୁ ଅଛି ଖାତିର । କୋରୋନା କଟକଣାକୁ ଫୁ କରି ଟୁର୍ଣ୍ଣାମେଣ୍ଟ ଦେଖିଲେ ଶହ ଶହ ଦର୍ଶକ । ଅଧିକ ପଢନ୍ତୁ

ରୁଣ୍ଡ ହୋଇ ଦେଖିଲେ ଟୁର୍ଣ୍ଣାମେଣ୍ଟ
ରୁଣ୍ଡ ହୋଇ ଦେଖିଲେ ଟୁର୍ଣ୍ଣାମେଣ୍ଟ

ନବରଙ୍ଗପୁର: କଟକଣାକୁ ଚଟକଣା । ରୁଣ୍ଡ ହେଲେ ଶହ ଶହ ଲୋକ । ମନଭରି ଉପଭୋଗ କଲେ ମ୍ୟାଚ । ନା ଅଛି ଭୟ ନା ନିୟମକୁ ଅଛି ଖାତିର । କୋରୋନା କଟକଣାକୁ ଫୁ କରି ଟୁର୍ଣ୍ଣାମେଣ୍ଟ ଦେଖିଲେ ଶହ ଶହ ଦର୍ଶକ । ଗୀତ ବଜୁଛି ମ୍ୟାଚ ଚାଲିଛି ଆଉ କଣ ଦରକାର । ନା ଥିଲା ସାମାଜିକ ଦୂରତା ନା ପିନ୍ଧିଥିଲେ ମାସ୍କ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବି.ଏମ. ସେମଳା ପଞ୍ଚାୟତ ବାକ୍ଟିଗୁଡା ଗ୍ରାମରେ (corona guideline violance in nabarangapur )।

ରୁଣ୍ଡ ହୋଇ ଦେଖିଲେ ଟୁର୍ଣ୍ଣାମେଣ୍ଟ

ସୂଚନା ଅନୁସାରେ, କୋଭିଡ କଟକଣା ସତ୍ତ୍ବେ ସ୍ଥାନୀୟ ଅଞ୍ଚଳର ଗାଁ ଗହଳିରେ ଖେଳପ୍ରେମୀମାନେ ଏଇ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରିଥିଲେ। ବ୍ଳକର ଖେଳପ୍ରେମୀ ଏହାର ଆୟୋଜନ କରିଥିବା ବେଳେ ଖେଳକୁ ନେଇ ସଟାବାଜି ମଧ୍ୟ ଲାଗୁଛି । ଅର୍ଥ ଲୋଭରେ ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହେଉଛନ୍ତି। ଖେଳ ମଜା ଉଠାଇବାକୁ ମଧ୍ୟ ଦର୍ଶକଙ୍କ ଭିଡ ଜମିଥିଲା । ଫୁଟବଲ୍ ଖେଳରେ ନବରଙ୍ଗପୁର ଜିଲ୍ଲା ସମେତ କୋରାପୁଟ ଏପରିକି ପଡୋଶୀ ଛତିଶଗତ ରାଜ୍ୟର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରୁଛନ୍ତି ।

ଏପରିସ୍ଥଳେ, ବହୁ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଜମା ହେଉଥିବାରୁ କୋଭିଡ୍ ସଂକ୍ରମଣ ବଢିବା ଆଶଙ୍କା ହୋଇଛି । ସ୍ଥାନୀୟ କୋଡିଙ୍ଗା ପୋଲିସ ଓ ପ୍ରଶାସନର ଦୃଷ୍ଟି ଆଗରେ ଆୟୋଜକମାନେ ବିନା ବାଧାରେ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟମାନ ଆୟୋଜନ କରୁଥିବା ପ୍ରଶାସନର ନିଷ୍କ୍ରିୟତାକୁ ସାଧାରଣରେ ଚର୍ଚ୍ଚା ହେଉଛି । ଏଥିରେ ସ୍ଥାନୀୟ ସରପଞ୍ଚମାନେ ମଧ୍ୟ ନିଜ କ୍ଷମତା ଭୁଲି ଏଥିରେ ସାମିଲ ହେଉଥିବା ପରିତାପର ବିଷୟ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.