ETV Bharat / state

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

author img

By

Published : Dec 26, 2019, 3:51 PM IST

Updated : Dec 26, 2019, 5:22 PM IST

'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ।’ କର୍ମୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ
ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

ନବରଙ୍ଗପୁର: 'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ।’ କର୍ମୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଫୋନ୍‌ରେ କର୍ମୀଙ୍କୁ ପ୍ରଦୀପ ଏଭଳି କହୁଥିବା ଭିଡିଓ ଭାଇରାଲ ହେଉଛି ।

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

ସୂଚନାଯୋଗ୍ୟ, ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀ ହିଂସାତ୍ମକ ହୋଇଛନ୍ତି । ଆନ୍ଦୋଳନକାରୀ ଏକ କାର୍ ଜାଳିଦେବାର ସୂଚନା ରହିଛି । ତେବେ କର୍ମୀଙ୍କୁ ଏହା କରିବା ଲାଗି ପ୍ରଦୀପ ମାଝୀ ଉସକାଉଥିବାର ଅଭିଯୋଗ ହୋଇଛି । ଏପରି କି ଫୋନରେ ନିର୍ଦ୍ଦେଶ ଦେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ତେବେ ଏହାକୁ ସ୍ବୀକାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ । ଏନେଇ ସେ କହିଛନ୍ତି, ନବରଙ୍ଗପୁରରେ ଲୋକେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ଏଠାରେ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ପରି ଘଟଣା ବଢିବାରେ ଲାଗିଛି । ଫଳରେ ଉତକ୍ଷିପ୍ତ ହୋଇ କିଛି କଂଗ୍ରେସକର୍ମୀ ପୋଡାଜଳା କରିଛନ୍ତି । ଏହାସହ ଯଦି ନ୍ୟାୟ ନମିଳେ ଆଗକୁ ଆନ୍ଦୋଳନ ତୀବ୍ରତର ହେବାନେଇ ସେ ଚେତାବନୀ ଦେଇଛନ୍ତି ।

ଗତ 14 ତାରିଖ ଦିନ ନବରଙ୍ଗପୁରର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଅଭିଯୋଗକୁ 13 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ । ଘଟଣାର ତଦନ୍ତରେ ପୋଲିସ ନିଷ୍କ୍ରିୟତା ତଥା ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ କଂଗ୍ରେସ ର ବନ୍ଦ ପାଳନ
ଫର୍ମାଟ - ପେକେଜ, ନବରଙ୍ଗପୁର ବନ୍ଦ ୨୬/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------
ଆଙ୍କର - କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀ ଗ୍ରାମର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା କୁ ଦେଖୁ ଦେଖୁ 13 ଦିନ ବିତିଗଲା, ହେଲେ ପୋଲିସ ର ହାତ ଖାଲି, ନା ପୋଲିସ ଅଭିଯୁକ୍ତକୁ ଧରି ପାରିଛି ନା post motom ରିପୋର୍ଟ ଦେଖାଇ ପାରିଛି, ରାଜ ରାସ୍ତାରେ ରେ ଏବେ ନ୍ୟାୟ ପାଇଁ କଂଗ୍ରେସ । ଘଟଣା ରେ ପୋଲିସ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ଧାରଣା ସ୍ଥଳରେ ଉପସ୍ଥିତ ପୋଲିସ କର୍ମୀ ଙ୍କ ସହ କଂଗ୍ରେସ କର୍ମୀ ଙ୍କ ଯୁକ୍ତିତର୍କ ହୋଇଥିଲା ।
ଭିଓ -୧--ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକା ର ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ କୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାର ପରଦା ଉଠାଇପାରିନାହିଁ । ନା ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିପାରିନାହିଁ ଯାହାର ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ । ଘଟଣାର ତଦନ୍ତରେ ପୋଲିସ ତଦନ୍ତ ର ନିଷ୍କ୍ରିୟତା ତଥା ପୋଷ୍ଟମର୍ଟମ ରିପୋର୍ଟ କୁ ସାର୍ବଜନୀନ କରିବା ଦାବି ରେ ରାଜ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ । ଶୀଘ୍ର ଘଟଣାର ପର୍ଦାଫାସ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରିଛି ଜିଲ୍ଲା କଂଗ୍ରେସ । କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇଦେବାକୁ ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ତଦନ୍ତ ଆଳରେ ପୋଲିସ ପ୍ରଶାସନ ଜାଣି ଜାଣି ବିଳମ୍ବ କରି ପୋଷ୍ଟମର୍ଟମ ରିପୋର୍ଟ କୁ ସାର୍ବଜନୀନ କରାଯାଉନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଯଦି ଘଟଣାର ସଠିକ ରିପୋର୍ଟ ପ୍ରକାଶ କରାନଯାଏ ତେବେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି ।ଏହି ଘଟଣା କୁ ପୋଲିସ ସହିତ ପ୍ରଦୀପ ମାଝୀ ଙ୍କ ଯୁକ୍ତିତର୍କ ବହୁତ ସମୟ ଧରି ଲାଗିରହିଥିଲା
Byet:-1.ପ୍ରଦୀପ ମାଝୀ
ଭିଓ -୨--ଆନ୍ଦୋଳନ ସମୟରେ ଯାତ୍ରୀ ମାନଙ୍କୁ ବେଶ୍ ହ ହଇରାଣ ହରକତ ହୋଇଥିଲେ ।ତେବେ ଏ ନେଇ ଯାତ୍ରୀ ମାନେ କଣ କହୁଛନି ଆସନ୍ତୁ ଜାଣିବା
Byet : ୩ - ଯାତ୍ରୀ
Byet :- ୪- ଯାତ୍ରୀ
ଏଫଭିଓ - କଂଗ୍ରେସ ର ଏହି ବନ୍ଦ ପାଳନ ଫଳରେ ସାଧାରଣ ଜନତା ପ୍ରଭାବିତ ହୋଇଥିବା ବେଳେ ପୋଲିସ ତଦନ୍ତ ରେ କଣ ପ୍ରଭାବ ପଡିବ ଓ ଘଟଣାରେ ତଦନ୍ତ ର ଦିଗ କେଉଁ ମୋଡ଼ ନେଉଛି ତାହା ଉପରେ ସଭିଙ୍କ ନଜର ।Body:Tapan Kumar Bissoyi Conclusion:NABARANGPUR
Last Updated : Dec 26, 2019, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.