ETV Bharat / state

ନବରଙ୍ଗପୁର ଆଦିବାସୀ ସଂସ୍କୃତି ଭବନ ଉଦଘାଟନ ନେଇ ବର୍ଷିଲା କଂଗ୍ରେସ, କହିଲା ସବୁ ଫାର୍ସ

author img

By

Published : Jun 19, 2023, 9:26 AM IST

ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ ସଂସ୍କୃତି ଭବନର ଭୂମି ପୂଜନ ଏବଂ ଆଦିବାସୀ ଲୋକଙ୍କୁ ନେଇ ହୋଇଥିବା ମେଳିକୁ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଦଳ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

congree press meet over cultural bhawan
congree press meet
ନବରଙ୍ଗପୁର ଆଦିବାସୀ ସଂସ୍କୃତି ଭବନ ଉଦଘାଟନ ନେଇ ବର୍ଷିଲା କଂଗ୍ରେସ

ନବରଙ୍ଗରପୁର: ଜିଲ୍ଲାରେ ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧିନରେ ଆଦିବାସୀ ସଂସ୍କୃତି ଭବନର ଭୂମି ପୂଜନ ଏବଂ ଆଦିବାସୀ ଲୋକଙ୍କୁ ନେଇ ମେଳିକୁ କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ମୁକ୍ତାକାଶ ସାମ୍ବାଦିକ ସମ୍ମିଳନୀ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସହିତ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପ୍ରଶ୍ନ କରିଛନ୍ତି ଉଭୟ ଦଳର ନେତା । ଆଦିବାସୀଙ୍କର ମାଳମାଳ ସମସ୍ୟା ରହିଛି । ସେମାନେ ସମାଧାନ ନକରି 2024କୁ ଦେଖି ଯୋଜନା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦଳ ନେତା ।

ମୁକ୍ତାକାଶ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରୀପାଠୀ କହିଛନ୍ତି, '' ଆଦିବାସୀ ଉନ୍ନୟନ ମନ୍ତ୍ରୀ ଓ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ଯେଉଁ ଫାର୍ସ କରିଛନ୍ତି ତାହା ପଦାରେ ପଡିଛି । ବିଜେପି ଓ କଂଗ୍ରେସ ଏହାକୁ ବର୍ଜନ କରିଛନ୍ତି । 2 ହଜାର 400 ଚେୟାର ପକାଇ 4 ହଜାରଙ୍କ ପାଇଁ ରୋଷେଇ କରି ସେମାନେ ଯେଉଁ ଦୀର୍ଘ 7 ଦିନ ହେବ ନାଗରା ପିଟିଥିଲେ ତାହା ଠପ ହୋଇଛି । ଏହି ସରଳ ନିଷ୍କପଟ ଆଦିବାସୀଙ୍କୁ ନେଇ ଭୋଟ ବ୍ୟାଙ୍କ କରିବାକୁ ପତିଆର ବିକାଶ କରିବାକୁ ଚେଷ୍ଟା କରିଥିଲେ ତାହା ଫସର ଫାଟିଛି । ଟଙ୍କାକୁ ଡାଇଭର୍ଟ କରି ମଣ୍ଡପ ତିଆରି କରିଛନ୍ତି । ସରକାର କିଛି ଟଙ୍କା ଦେଇନାହାନ୍ତି । ଆଦିବାସୀ ଉନ୍ନୟନ ବିଭାଗର 9 କୋଟି ଟଙ୍କା ଖାଇ ଦେଇଛନ୍ତି ।''

ମୁକ୍ତାକାଶ ସାମ୍ବାଦିକ ସମ୍ମିଳନୀ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସହିତ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପ୍ରଶ୍ନ କରିଛନ୍ତି ଉଭୟ ଦଳର ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ଅମଳରେ ସବୁଠୁ ବେଶୀ ଆଦିବାସୀମାନେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ନେତା । କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ନିର୍ଯାତନା ଠାରୁ ଆରମ୍ଭ କରି ନବରଙ୍ଗପୁର ଗୁମଣ୍ଡଳୀର ନାବାଳିକା ନିର୍ଯାତନା ଏବଂ ହତ୍ୟା, କଳିଙ୍ଗ ନଗର ଗୁଳିକାଣ୍ଡ, ରାଇଘର ବ୍ଲକରେ ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟି ଯାଇଥିବା ବେଳେ ସେମାନଙ୍କ ପ୍ରତି ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରି ବର୍ଷିଛନ୍ତି ନେତା ।

ଏହା ବି ପଢନ୍ତୁ...ଫୋକସରେ ଆଦିବାସୀ ସମ୍ପ୍ରଦାୟ, ସଂସ୍କୃତି ବଖାଣିବ ନବରଙ୍ଗପୁର ସଂସ୍କୃତି ଭବନ

ଏହା ବି ପଢନ୍ତୁ...ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ

ଆଦିବାସୀଙ୍କ ପ୍ରତି ଏ ସରକାରର କେତେ ଦରଦ ରହିଛି ତାହା କାହାକୁ ଅଛପା ନାହିଁ । ତଥାପି ଆଦିବାସୀ ପ୍ରୀତିର ପ୍ରଦର୍ଶନ କରିବା ହାସ୍ୟାସ୍ପଦ ଘଟଣା ବୋଲି କହିଛନ୍ତି ଉଭୟ ଦଳର ନେତା । ଆଦିବାସୀଙ୍କୁ ଆଢୁଆଳ କରି ବିଜେଡି ଦଳୀୟ କର୍ମୀମାନେ ନିଜ ସରକାରର ଶକ୍ତି ପ୍ରଦର୍ଶନ କରିବାକୁ ଲାଗି ପଡିଥିବା ଅଭିଯୋଗ କରିଛନ୍ତି । ସେହିଭଳି ପୂର୍ବତନ ବିଧାୟକ ଭୁଜବଳ ମାଝୀ ୨୦୦୪ ମସିହାରୁ ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଥିବା ବେଳେ ୨୦୦୭ରେ କାହିଁକି ବନ୍ଦ ହୋଇ ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ନିର୍ବାଚନ ଆସିଲେ ହିଁ ଆଦିବାସୀ କଥା ମନେ ପଡୁଥିବା ଅଭିଯୋଗ କରିଛନ୍ତି ଭୁଜବଳ । ଯଦି ଆଦିବାସୀଙ୍କ ବିକାଶ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ତେବେ ଆଦିବାସୀ ମାନଙ୍କ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟସେବାରେ ଉନ୍ନତି, ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରର ଉନ୍ନତି ଦିଗରେ କାମ କରିବା ଉଚିତ ବୋଲି କହିଛନ୍ତି ଉଭୟ ଦଳ ନେତା । ଏଭଳି ନାଟକବାଜିକୁ ବରଦାସ୍ତ କରିବେ ନାହିଁ ଏବଂ ଆଦିବାସୀଙ୍କୁ ଠକିବାକୁ ବିଜେଡି ସରକାର ପ୍ରୟାସ କରୁଛି ଯାହା କେବେ ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.