ETV Bharat / state

ଫରେଷ୍ଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

author img

By

Published : Oct 2, 2019, 11:23 AM IST

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୁନ୍ଦେଇ ଫରେଷ୍ଟର ଏମ.ଡି ଅବଦୁଲ ସମରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ l ଜଣେ ମହିଳାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ କୁନ୍ଦେଇ ଫରେଷ୍ଟର ଏମ.ଡି ଅବଦୁଲ ସମରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ l ଜଣେ ମହିଳାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସମସ୍ତ ପ୍ରଶାସନିକ ପାଖରେ ଗୁହାରି କରି ନିରାଶ ହେବା ପରେ ଶେଷରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାହାରାରେ ଗଣମାଧ୍ୟମଙ୍କ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି ମହିଳା l

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

କଳାହାଣ୍ଡି ଜିଲ୍ଲାର ଲଷ୍ମୀ ନାୟକ ନାମକ ମହିଳାଙ୍କୁ ଫରେଷ୍ଟର ଚାକିରି କରାଇ ଦେବା ପ୍ରଲୋଭନ ଦେଖାଇ ନିଜ ପାଖରେ ରଖିଥିଲେ । ପରବର୍ତ୍ତୀ ସମୟରେ ଫରେଷ୍ଟର ଏମ.ଡି ଅବଦୁଲ ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେଇ ସମ୍ପୃକ୍ତ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ଧର୍ମ ପରିବର୍ତ୍ତନ କରିଥିବା ବି ଅଭିଯୋଗ ହୋଇଛି ।

ମହିଳା ଜଣଙ୍କର ପୂର୍ବରୁ 7 ବର୍ଷର ପୁଅ ଥିବା ବେଳେ ଏବେ ପୁଣି ଗର୍ଭବତୀ ଅଛନ୍ତି । କେବଳ ସେତିକି ନୁହେଁ 7 ବର୍ଷର ପୁଅର ବି ଧର୍ମ ପରିବର୍ତ୍ତନ କରି ନିଜ ବାପା ପରିଚୟରେ ସ୍କୁଲରେ ଦାଖଲ କରିଥିବା ମହିଳା ଜଣଙ୍କ କହିଛନ୍ତି l ତେବେ ଘଟଣାରେ ନୂଆ ଟ୍ବିଷ୍ଟ ବି ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ଘଟଣା ଜାଣିବା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ଅଭିଯୋଗ କରିଥିବା ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଆସୁଛନ୍ତି l

ତେବେ ଅଭିଯୋଗ ଅନୁସାରେ, ଘଟଣାକୁ ନେଇ ମହିଳା ଜଣକ ରାଇଘର ଥାନା ଏବଂ ଏସପିଙ୍କ ପାଖରେ ଅଭିଯୋଗ କରିବା ସତ୍ତ୍ବେ ନ୍ୟାୟ ମିଳିନଥିବା କହିଛନ୍ତି । ଏହାସହ ଗୋଟିଏ ସାମାଜିକ ସଂସ୍ଥା ନ୍ୟାୟ ଦେବା ପାଇଁ 40 ହଜାର ଟଙ୍କା ଦାବି କରିଥିବା ସେ କହିଛନ୍ତି l ଏହି ଘଟଣାକୁ ନେଇ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପ୍ରତାରିତ ମହିଳାଙ୍କୁ ନ୍ୟାୟ ନ ଦେଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସୂଚନା ଦେଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Slug _ଫୋରେଷ୍ଟରଙ୍କ ବିରୋଧରେ ସଂଗୀନ ଅଭିଯୋଗ,

Avb_ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଫୋରେଷ୍ଟର m.d abdul samar ବିରୋଧରେ ଆସିଛି ସଂଗୀନ ଅଭିଯୋଗ l ଜଣେ ମହିଳାଙ୍କୁ ଦ୍ୱତୀୟ ପତ୍ନୀ ଭାବେ ଗ୍ରହଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ନେଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ ପାଖରେ ଗୁହାରି କରି ନିରାଶ ହେଲା ପରେ ଶେଷର ଜିଲ୍ଲା ବିଜେପି ମହିଳା ମୋର୍ଚାର ସାହାରା ମାଧ୍ୟମରେ ଗଣ ମାଧ୍ୟମଙ୍କ ପାଖରେ ନ୍ୟାୟ ବିକ୍ଷା ନେଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l କଳାହାଣ୍ଡି ଜିଲ୍ଲାର ଲଷ୍ମୀ ନାୟକ ନାମକ ମହିଳା ଫୋରେଷ୍ଟର ଚାକିରୀ କରାଇ ଦେବା ପାଇଁ ନିଜ ପାଖରେ ରଖି ପରବର୍ତୀ ସମୟରେ ଫୋରେଷ୍ଟ ର ଏମ.ଡି ଅବଦୁଲ ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେଇ ଦ୍ୱତୀୟ ପତ୍ନୀ ଭାବେ ଗ୍ରହଣ କରି ଧର୍ମ ପରିବର୍ତନ କରିଥିଲେ l ସମ୍ପୃକ୍ତ ମହିଳା ବର୍ତମାନ ଗର୍ଭବତୀ ଥିବା ବେଳେ 7 ବର୍ଷର ପୁଅକୁ ବି ଧର୍ମ ପରିବର୍ତନ କରି ନିଜ ବାପା ପରିଚୟରେ ସ୍କୁଲରେ ଦାଖଲ କରିଛନ୍ତି l ପ୍ରଥମ ପତ୍ନୀ ଘଟଣା ଜାଣି ପାରି ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଦ୍ୱତୀୟ ସ୍ତ୍ରୀ ଉପରେ ଶାରୀରିକ ନିର୍ଯାତନା ଦେବା ସହ ଜୀବନରେ ମାରି ଦେବା ପାଇଁ ଧମକ ଦେଇଆସୁଛନ୍ତି l ଘଟଣାକୁ ନେଇଁ ମହିଳା ଜଣକ ରାଇଘର ଥାନା ଏବଂ ଏସ ପିଙ୍କ ପାଖରେ ଅଭିଯୋଗ କରିବା ସ୍ୱେତେ ନ୍ୟାୟ ମିଳି ନ ଥିବା ଅଭିଯୋଗ କରିବା ସହ ଗୋଟିଏ ସାମାଜିକ ସଂସ୍ଥା ନ୍ୟାୟ ଦେବା ପାଇଁ 40 ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି l ଏହି ଘଟଣାକୁ ନେଇଁ ଜିଲ୍ଲା ବିଜେପି ମହିଳା ମୋର୍ଚା ବିତାଡିତ ମହିଳାଙ୍କୁ ନ୍ୟାୟ ନ ଦେଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସୂଚନା ଦେଇଛନ୍ତି lBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.