ନବରଙ୍ଗପୁର: ବାଲ୍ୟ ବିବାହ ଉଦ୍ୟମ ପଣ୍ଡ । ନବରଙ୍ଗପୁର ଜିଲ୍ଲା ଘଟଗୁଡା ଗାଁରେ ବାଲ୍ୟ ବିବାହ ପାଇଁ ନିର୍ବନ୍ଧ ଚାଲିଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଚାଇଲ୍ଡ ଲାଇନ ଟିମ୍ । ଏଥିସହ ବିବାହ ନ କରାଇବାକୁ ଉଭୟ ପକ୍ଷରୁ ଏକ ଚୁକ୍ତିନାମା କରିଥିଲେ ।
ସୂଚନା ଅନୁସାରେ, ଘାଟଗୁଡ଼ାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହିତ ୨୧ ବର୍ଷୀୟା ଯୁବକଙ୍କ ବିବାହ ସ୍ଥିର ହୋଇଥିଲା । ଏଥିପାଇଁ ଆଜି ନିର୍ବନ୍ଧ ହେଉଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇ ପାପଡାହାଣ୍ଡି ଆଇସିଡିଏସ ସୁପର ଭାଇଜର ଓ ଚାଇଲ୍ଡ ଲାଇନ ଟିମ୍ ପହଞ୍ଚି ନିର୍ବନ୍ଧକୁ ବନ୍ଦ କରିଥିଲେ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ