ETV Bharat / state

ଲକଡାଉନର ବାସ୍ତବ ଚିତ୍ର, ନବରଙ୍ଗପୁରରେ ଶିଶୁ ଶ୍ରମିକଙ୍କ ସ୍ଥିତି ଉଦବେଗଜନକ

author img

By

Published : Jul 27, 2020, 6:12 PM IST

ଆୟଶୂନ୍ୟ ପରିବାରର ବୋଝ ଭାରି ହୋଇ ପଡିଲାଣି। ମାସିକ ରାସନ ଠାରୁ ଦୈନିକ ମେଡିସିନ୍, ସକାଳ ଜଳଖିଆ ଠାରୁ ରାତିର ଭାତ ଏଵଂ ତେଲ-ଲୁଣ ଯୋଗାଡ କରିବା ବି କଷ୍ଟ। କେଉଁଠି ଘରର ମୁରବୀ ଉପାୟଶୂନ୍ୟ ତ କେଉଁଠି ନିଜ ପିଲାଙ୍କୁ ମୂଲ ଲାଗିବାକୁ ପଠୋଉଛି। ଶିଶୁଟିର ବୌଦ୍ଧିକ ତଥା ମାନସିକ ବିକାଶ କଥା ପଚାରେ କିଏ ? 8 ଘଣ୍ଟା ଶ୍ରମ ଦେଇ ଫେରିବା ପରେ ପରିଵାରର ଆର୍ଥିକ ବୋଝ ହାଲୁକା କରିବା ତ ଏବେ ଶିଶୁର କଅଁଳ କାନ୍ଧରେ ପଥର ସଦୃଶ୍ୟ !ଦେଶ ରେ ଶିଶୁ ଶ୍ରମିକ ପ୍ରଥା କୁ ବନ୍ଦ କରିବାକୁ ଅନେକ ଆଇନ କାନୁନ ଥିଲେ ମଧ୍ୟ ଲକ୍-ଡାଉନ ଭଳି ସଂଗୀନ୍ କଟକଣା ଏଵଂ କୋରୋନା ପରି ଭୟଙ୍କର ମହାମାରୀ ଯୋଗୁଁ ବଢିଚାଲିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା। ନିରୂପାୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଜୀବନ ଜୀବିକା ମାଡ଼ରେ ନଷ୍ଟ ହେଉଛି ନିରୀହ ଶୈଶବ !!!

ଲକଡାଉନର ବାସ୍ତବ ଚିତ୍ର, ନବରଙ୍ଗପୁରରେ ଶିଶୁ ଶ୍ରମିକଙ୍କ ସ୍ଥିତି ଉଦବେଗଜନକ
ଲକଡାଉନର ବାସ୍ତବ ଚିତ୍ର, ନବରଙ୍ଗପୁରରେ ଶିଶୁ ଶ୍ରମିକଙ୍କ ସ୍ଥିତି ଉଦବେଗଜନକ

ନବରଙ୍ଗପୁର: କୋରୋନା ଲକଡାଉନ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ବୃଦ୍ଧି ପାଇଛି ଶିଶୁ ଶ୍ରମିକଙ୍କ ସଂଖ୍ୟା। ସ୍କୁଲ ବନ୍ଦ ଥିବାରୁ ଶିଶୁମାନେ ବିଭିନ୍ନ ସ୍ଥାନରେ କାମ କରୁଥିବା ଦେଖିବାକୁ ମିଳୁଛି। ପରିବାରର ଆର୍ଥିକ ସ୍ଥିତି ଠିକ ନଥିବା ଏବଂ ସଚେତନତା ଅଭାବରୁ ଜିଲ୍ଲାରେ ଶିଶୁ ଶ୍ରମିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ନୂଆ ନୁହେଁ ହେଲେ ଲକଡାଉନ ଯୋଗୁଁ ଏହାର ହାର ଢେର ଗୁଣରେ ବଢିଛି।

ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ ନକରିବା ଲାଗି ଓ ଶିଶୁ ଶ୍ରମିକ ରୋକିବା ପାଇଁ ପ୍ରସାଶନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ଓ ଶିଶୁ ଶ୍ରମିକ ନିରୋଧ ଆଇନକୁ କଡ଼ାକଡ଼ି କରାଯାଉନଥିବା ଜଣାପଡ଼ିଛି।

ତେବେ ଖୁବ କମ ଦିନରେ ଏତେ ସଂଖ୍ୟକ ଶିଶୁ ଶ୍ରମିକ ବଡିବା ଘଟଣା ନିନ୍ଦା କରିଛନ୍ତି ଶିଶୁ ସୁରକ୍ଷା କର୍ମୀ। ମକା ଅମଳ କାମରେ କିପରି ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଛି। ସମସ୍ତ ଶିଶୁ ଶ୍ରମିକଙ୍କୁ କେବଳ ମକା କାମରେ ନୁହେଁ ସରକାରଙ୍କ ବିଭିନ୍ନ ଉନ୍ନୟନ କାମରେ ମଧ୍ୟ ଠିକାଦାର ମାନେ ନିୟୋଜିତ କରିଛନ୍ତି।

କୋରୋନା ଲକଡାଉନ ଯୋଗୁ ସ୍କୁଲ ଛୁଟି ହୋଇ ଯାଇଥିବାରୁ କମ ପାରିଶ୍ରମିକ ଦେଇ ଶହ ଶହ ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଜଣାପଡିଛି।ନିଜ ଘର କାମ ହେଉ ଅବା ବାହାର କାମ ହେଉ ଶିଶୁ ମାନଙ୍କୁ କାମ କରାଇବା ଏକ ଅପରାଧ ବୋଲି ସମସ୍ତେ ଜାଣି ସୁଦ୍ଧା ଏହାକୁ କେହି ମାନୁ ନାହାଁନ୍ତି।ଅନ୍ୟ ପଟେ ସଚେତନତା ର ଅଭାବ ଓ ଆର୍ଥିକ ପରିସ୍ଥିତି ସେମାନଙ୍କୁ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସୂଚନା ମିଳିଛି।

ଏବେ ଶିଶୁ ଶ୍ରମିକ ବୃଦ୍ଧି ପାଇବା କାରଣ ହେଉଛି କୋରୋନା ଲକଡାଉନ। ଏହାର ପ୍ରଭାବରେ ରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ସ୍ଥିତି ଦୋହଲି ଯାଇଛି। କାମ କଲେ ପେଟ ପୁରିଲା ନଚେତ କିଛି ନାହିଁ। ଅଳ୍ପ ଟଙ୍କା ରେ ଶିଶୁ ମାନେ କାମକରିବାକୁ ରାଜି ହେଉଛନ୍ତି। ଏପଟେ ସ୍କୁଲ ଛୁଟି ତେଣୁ ବାଧ୍ଯ ଶିଶୁ ମାନଙ୍କୁ କାମ କରବାକୁ ପଠାଉଥିବା ସୂଚନା ଦେଇଛନ୍ତି ଚାଇଲଡ଼ ଲାଇନର ସଂଯୋଜକ।

ଶିଶୁ ଶ୍ରମିକ ବୃଦ୍ଧି ପାଇଛି ଓ ତାହା ଲାଗି ବିଭିନ୍ନ ସମୟରେ ଚଡାଉ କରାଯାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ଦେଇଥିବା ବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

କମ ଟଙ୍କା ଦେଇ ଶିଶୁ ଶ୍ରମିକ ମାନଙ୍କୁ ମିଳି ଯାଉଥିବାରୁ ଓ ସେମାନଙ୍କୁ ନିୟୋଜିତ କରି ବେଶ ଲାଭବାନ ହେଉଛନ୍ତି ମାଲିକ ମାନେ।ତେବେ ନବରଙ୍ଗପୁର ଭଳି ଛୋଟ ଜିଲାରେ ଏତେ ସଂଖ୍ୟକ ଶିଶୁ ଶ୍ରମିକ ବାହାରିବା ବିଡ଼ମ୍ବନା ର ବିଷୟ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.