ETV Bharat / state

ଉଚ୍ଚ ସୁଧ ନାଁରେ ଠକେଇ ଅଭିଯୋଗ, ତଦନ୍ତ ଦାବି - ବାପ-ପୁଅ ଗିରଫ

ଉଚ୍ଚ ସୁଧର ଲାଲସା ଦେଖାଇ ଏକାଧିକ ଲୋକଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଥିବା ବାପ-ପୁଅ ଗିରଫ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 6, 2019, 3:27 PM IST

ନବରଙ୍ଗପୁର: ଉଚ୍ଚ ସୁଧର ଲାଳସା ଦେଖାଇ ଏକାଧିକ ଲୋକଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁରୁ।

ସୂଚନାନୁସାରେ, ନବରଙ୍ଗପୁର ସହରର ଏ ଭେଙ୍କେଟ ରାଓ ଓ ଏ ବାଶୁ ନାମକ ଦୁଇ ବ୍ୟକ୍ତି ଉଚ୍ଚ ସୁଧର ଲାଳସା ଦେଇ ଲୋକଙ୍କ ଠାରୁ ଟଙ୍କା ଠକେଇ କରୁଥିଲେ । ଉଭୟ ଅଭିଯୁକ୍ତ ସମ୍ପର୍କରେ ବାପ-ପୁଅ ବୋଲି ଜଣାପଡିଛି। 2014ରେ ଏମାନେ କିଛି ଲୋକଙ୍କୁ ନେଇ ଏକ ଗ୍ରୁପ କରିଥିଲେ । ଅଧିକ ସୁଧ ନାଁରେ ସେମାନଙ୍କ ଠୁ ଟଙ୍କା ଆଦାୟ କରୁଥିଲେ ଏବଂ ପ୍ରତ୍ୟେକ ମାସର ଏକ ନିର୍ଦ୍ଧିଷ୍ଟ ଦିନରେ ଏହି ଟଙ୍କାକୁ ଗ୍ରୁପର ସଦସ୍ୟ ମଧ୍ୟରୁ ଯାହାକୁ ଆବଶ୍ୟକ ଥିଲା ତାକୁ ଦେଉଥିଲେ । ଏହା ପରେ ଉକ୍ତ ଟଙ୍କାକୁ ସେହି ସଦସ୍ୟ ଠିକ୍‌ ସମୟରେ ସୁଧ ସହିତ ପୈଠ କରୁଥିଲେ । ଯାହାକୁ ସ୍ଥାନୀୟ ଭାଷାରେ ଚିତିପାଟା ବୋଲି କୁହାଯାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତେବେ ଏହି ଗ୍ରୁପ ସଦସ୍ୟଙ୍କ ଠାରୁ ଆଦାୟ ଟଙ୍କାକୁ ବାପ-ପୁଅ ନିଜ ପାଖରେ ରଖୁଥିଲେ । ଏଭଳି କିଛି ଦିନ ସେମାନଙ୍କ କାରବାର ଠିକ୍‌ରେ ଚାଲିଥିଲା । କିନ୍ତୁ ଗୋଟିଏ ଦିନ ଉଭୟ ଚତୁରତାର ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ସେହି ଟଙ୍କାକୁ ନିଜ ଆତ୍ମୀୟ ସ୍ବଜନଙ୍କୁ ପ୍ରଦାନ କରିଥିଲେ । ଏହାପରେ ଆନ୍ଧ୍ରପ୍ରଦେଶରେ ଘର କରି ନବରଙ୍ଗପୁର ସହର ଛାଡି ଚାଲିଯାଇଥିବା ନେଇ ଠକେଇର ଶିକାର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି

ଗତ କିଛି ଦିନ ଉଭୟେ ନବରଙ୍ଗପୁର ସ୍ଥିତ ଗାଦବାଗୁଡ଼ାରେ ଥିବା ନିଜ ଜମିକୁ ବିକ୍ରି କରିବାକୁ ଆସିଥିଲେ । ଯାହାକୁ ଜାଣିପାରି ଲୋକେ ତାଙ୍କୁ ପୋଲିସର ଜିମା ଦେଇଥିଲେ । ସେପଟେ ଉଚ୍ଚ ସୁଧ ପାଇବା ଆଶାରେ ଟଙ୍କା ଦେଇଥିବା ଲୋକେ ନିଜ ଟଙ୍କା ଫେରି ପାଇବାକୁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ବାପା ଓ ପୁଅ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ଚଳୁ କରିଥିବା ଅଭିଯୋଗ
ଫର୍ମାଟ - ଏଭିଓ, ୦୬/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------
ଆଙ୍କର - ବାପା ପୁଅ ଙ୍କ ଦ୍ଵାରା ଏକ କୋଟି ରୁ ଉର୍ଦ୍ଧ ଚଳୁ ଅଭିଯୋଗ । ନବରଙ୍ଗପୁର ସହରରେ ସରଳ ଲୋକଙ୍କୁ ଉଚ୍ଚ ସୁଧର ଲାଳସା ଦେଖାଇ କାଷ୍ଠାର୍ଜିତ ସମ୍ପତ୍ତି ହଡପ କରାଯାଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।
ଭିଓ - ୧- ନବରଙ୍ଗପୁର ସହରର ଏ . ଭେଙ୍କେଟ ରାଓ ଓ ଏ ବାଶୁ ନାମକ ବାପା ପୁଅ ୨୦୧୪ ମସିହାରୁ ଠାରୁ ପ୍ରତିଦିନ କିଛି ଲୋକଙ୍କୁ ନେଇ ଏକ ଗ୍ରୁପ କରି ସେମାନଙ୍କ ଠୁ ଟଙ୍କା ଆଦାୟ କରୁଥିଲେ ଏବଂ ପ୍ରତ୍ୟେକ ମାସ ର ଏକ ନିର୍ଦ୍ଧିଷ୍ଟ ଦିନ ରେ ଏହାକୁ ଗ୍ରୁପ ର ସଦସ୍ୟ ମଧ୍ୟରୁ ଯାହାକୁ ଆବଶ୍ୟକ ସେ ଆଦାୟ ଟଙ୍କା ନେଉଥିଲେ ଓ ସେ ଟଙ୍କା କୁ ସେହି ସଦସ୍ୟ ଠିକ ସମୟରେ ସୁଧ ସହିତ ପୈଠ କରୁଥିଲେ । ଯାହାକୁ ସ୍ଥାନୀୟ ଭାଷା ରେ ଚିତିପାଟା ବୋଲି କୁହାଯାଏ । ଗ୍ରୁପ ସଦସ୍ୟ ଙ୍କ ଠୁ ଟଙ୍କା ଆଦାୟ କରି ଉକ୍ତ ବାପା ପୁଅ ନିଜ ପାଖରେ ରଖୁଥିଲେ । ଏଭଳି କିଛି ଦିନ ଠିକ ରେ ଉଭୟ ଙ୍କ ମଧ୍ୟରେ କାରବାର ଠିକ ରେ ଚାଲିଥିବା ବେଳେ କିନ୍ତୁ ଦିନେ ଏପରି ଲକ୍ଷାଧିକ ଟଙ୍କା ଚତୁରତାର ସହିତ ଲୋକଙ୍କୁ ଆଦାୟ କରାଯାଇ ସେହି ଟଙ୍କା କୁ ନିଜ ଆତ୍ମୀୟ ସଜ୍ଜନ ଙ୍କ ପ୍ରଦାନ କରି ଆନ୍ଧ୍ରପ୍ରଦେଶ ରେ ଘର କରି ନବରଙ୍ଗପୁର ସହର ଛାଡି ଚାଲିଯାଇଥିବା କ୍ଷତିଗ୍ରସ୍ତ ଲୋକ ମାନେ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବେ ନବରଙ୍ଗପୁର ଗାଦବାଗୁଡ଼ା ସ୍ଥିତ ନିଜ ଜାଗା କୁ ବିକ୍ରୟ ପାଇଁ ଆସିଥିବା ବେଳେ ଲୋକେ ଦେଖି ତାଙ୍କୁ ପୋଲିସ ରେ ଜୀମ୍ମା ଦେଇଥିଲେ । ଉଚ୍ଚ ସୁଧ ପାଇବା ଆଶାରେ ଟଙ୍କା ବାନ୍ଧି ଲୁଟ ର ଶିକାର ହେବା ଦ୍ୱାରା ଲୋକେ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏସମ୍ପର୍କରେ ଲୁଟ ର ଶିକାର ହୋଇଥିବା ଲୋକ ଙ୍କ ଠୁ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ର ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.