ETV Bharat / state

ମହଙ୍ଗା ପଡିଲା ପ୍ରେମ ସମ୍ପର୍କ, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ

ମହଙ୍ଗା ପଡିଲା ପ୍ରେମ ସମ୍ପର୍କ । ପ୍ରେମିକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଯୁବତୀଙ୍କ ପରିବାର ଲୋକେ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ ଓ ଦେଖନ୍ତୁ ଭାଇରାଲ ଭିଡିଓ

author img

By

Published : Oct 13, 2022, 4:33 PM IST

Updated : Oct 13, 2022, 5:36 PM IST

ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ, ମହଙ୍ଗା ପଡିଲା ପ୍ରେମ ସମ୍ପର୍କ

ନବରଙ୍ଗପୁର: ମହଙ୍ଗା ପଡିଲା ପ୍ରେମ ସମ୍ପର୍କ । ଧରାପଡି ନିର୍ଦ୍ଧୁମ ଛେଚା ଖାଇଲା ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ । ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଲେ ଝିଅ ଘର ଲୋକ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପୁଅ ଘର ଲୋକଙ୍କ ପକ୍ଷରୁ ଥାନାରେ ଏନେଇ ଏତଲା ଦିଆଯାଇଛି । ପୋଲିସ ଏହି ଘଟଣାରେ ଝିଅର ବାପା ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମହଙ୍ଗା ପଡିଲା ପ୍ରେମ ସମ୍ପର୍କ

ଖବର ଅନୁସାରେ, ରାଇଘର ବ୍ଲକ କଚରାପାରା ଗ୍ରାମର ହେମଲାଲ୍ ଗଣ୍ଡ ନାମକ ଜଣେ ଯୁବକ ଦେବାଗାଁ ପଞ୍ଚାୟତର ଜଣେ ଯୁବତୀଙ୍କ ସହିତ ଗତ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରଖି ଆସୁଥିଲେ । ଗତ ୫ ତାରିଖ ଦଶହରା ଦିନ ଝିଅ ଫୋନ ଯୋଗେ ହେମଲାଲଙ୍କୁ ନିଜ ଘରକୁ ଡାକିଥିଲେ l ରାତି ପ୍ରାୟ ୯ ଟା ବେଳେ ଦୁହେଁ କଥାବାର୍ତ୍ତା ହେଉଥିବା ସମୟରେ ଗ୍ରାମର ଜଣେ ବ୍ୟକ୍ତି ଏହା ଦେଖିପାରି ଝିଅର ପରିବାର ଲୋକଙ୍କୁ ଡାକିଥିଲେ l ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକେ ହେମଲାଲର ହାତ ବାନ୍ଧି ଟାଣି ଟାଣି ନେଇ ଗାଁ ମଝିରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଥିଲେ l ଏହାପରେ ଉପସ୍ଥିତ ଲୋକେ ହେମଲାଲଙ୍କୁ ଠେଙ୍ଗାରେ ନିର୍ଦ୍ଧୁମ ପିଟିଥିଲେ l

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ

ପରେ ଘଟଣା ସ୍ଥଳରୁ କେହି ଜଣେ ଫୋନ ଯୋଗେ ହେମଲାଲ୍ ଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକେ ହେମଲାଲଙ୍କୁ ଉଦ୍ଧାର କରିଥିଲେ । ଏହି ଭିଡିଓରେ ଜଣେ ଯୁବକକୁ ଦୁଇଜଣ ବ୍ୟକ୍ତି ଠେଙ୍ଗାରେ ନିର୍ଦ୍ଧୁମ ପିଟୁଥିବା ବେଳେ ଯୁବକ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାର ସମ୍ପୁର୍ଣ୍ଣ ଦୃଶ୍ୟ କେହି ଜଣେ ମୋବାଇଲରେ ରେକର୍ଡିଂ କରିବା ସହିତ ଭାଇରାଲ କରିଥିଲେ l ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ଚାଲିଗଲା ଆର୍ମୀ ଡଗ୍‌ ଜୁମ୍‌, ଆତଙ୍କୀ ଅପରେସନ ବେଳେ ଦେହରେ ବାଜିଥିଲା ଦୁଇ ଗୁଳି

ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ସମାଧାନ ନିମନ୍ତେ ମିଟିଂ ଡକାଇ ଥିଲେ ମଧ୍ୟ ଭିଡିଓ ଭାଇରାଲ ଯୋଗୁଁ ଘଟଣାର ସମାଧାନ ହୋଇ ପାରି ନଥିଲା l ପରେ ଏହି ମାମଲା ରାଇଘର ଥାନାରେ ପହଞ୍ଚିଥିଲା l ହେମଲାଲଙ୍କ ପରିବାର ପକ୍ଷରୁ ଝିଅ ଘର ପରିବାର ଲୋକେ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ନେଇ ରାଇଘର ଥାନାରେ ଗତ ୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ରାଇଘର ଥାନା ଅଧିକାରୀ ଗୋବିଂଦ ଚନ୍ଦ୍ର ବୁରୁଦା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ରାଇଘର ଥାନାରେ କେସ ନମ୍ବର ୧୯୨/୨୨ ଏକ ମାମଲା ରୁଜ୍ଜୁ କରିଥିଲେ । ଭିଡିଓ ଭାଇରଲ ଅଭିଯୋଗରେ ଝିଅଙ୍କ ବାପା ରାମ ସିଂହ ଗଣ୍ଡ , ଘେନୁ ଗଣ୍ଡ , ପରମାନ ଗଣ୍ଡ ଓ ବାଲ୍‌ଚନ୍ଦ ଗଣ୍ଡଙ୍କୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 13, 2022, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.