ETV Bharat / state

ଗୋଆରେ ଫସିଲେ 12ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ

author img

By

Published : Mar 26, 2020, 6:00 PM IST

Updated : Mar 26, 2020, 6:08 PM IST

କୋରୋନା ପାଇଁ ଗୋଆରେ ଫସିଲେ ଦାଦନ ଶ୍ରମିକ । ଲକଡାଉନ ପାଇଁ ଉକ୍ତ ଶ୍ରମିକମାନେ ଭୋକ ଉପାସରେ ରହିଥିବା ବେଳେ ନିଜ ରାଜ୍ୟକୁ ଫେରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

Bonded labours trapped in Goa
ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କଲେ ଗୋଆରେ ଫସିଥିବା ଦାଦନ ଶ୍ରମିକ

ନବରଙ୍ଗପୁର: ଗୋଆରେ ଫସିଲେ 12ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ରୁ ଊର୍ଦ୍ଧ ଦାଦନ ଶ୍ରମିକ କାମ ଅନ୍ବେଷଣରେ ଗୋଆ ଯାଇଥିଲେ । ହେଲେ କୋରୋନା ଜନିତ କଟକଣା ଯୋଗୁଁ ଶ୍ରମିକମାନେ ସେଠାରେ ଫସି ରହିଛନ୍ତି । ଗୋଆରୁ ଫେରିବା ପାଇଁ ଅନ୍ୟ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାହାଯ୍ୟ ଲୋଡିଛନ୍ତି । ଏକ ଭିଡିଓ ଜରିଆରେ ବାର୍ତ୍ତା ଦେଇ ସେମାନଙ୍କୁ ଗୋଆରୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।

ତେବେ ଉକ୍ତ ଶ୍ରମିକଙ୍କ ପାଖରେ ଟଙ୍କା ସରିଯାଇଥିବା ବେଳେ କୋରୋନା କଟକଣା ହେତୁ କୌଣସି ଖାଦ୍ୟ ସାମଗ୍ରୀ ମିଳିପାରୁନଥିବାରୁ ସେମାନେ ଦୀର୍ଘ ଦିନ ଧରି ଭୋକ ଉପାସରେ କାଳାତିପାତ କରୁଥିବା କହିଛନ୍ତି । ସରକାରଙ୍କ ସହିତ ଯୋଗାଯୋଗର ଅନ୍ୟ କୌଣସି ଉପାୟ ନ ଥିବାରୁ ତାଙ୍କ ନିକଟରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ଭିଡିଓ ପଠାଇଛନ୍ତି । ଦାଦନମାନେ ଗୋଆର ମାଡଗାଉଁରେ ଫସି ରହିଛନ୍ତି ।

ମହାମାରୀ କୋରୋନାର ମୁକାବିଲା ପାଇଁ ସାରା ଦେଶ 21ଦିନ ପର୍ଯ୍ୟନ୍ତ ଲକଡାଉନ ଥିବା ବେଳେ ବାହାରେ ପୋଲିସର କଟକଣା ଥିବାରୁ ଦାଦନ ଶ୍ରମିକମାନେ ଭୋକ ଉପାସରେ କାଳାତିପାତ କରୁଥିବା ଦର୍ଶାଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Mar 26, 2020, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.