ETV Bharat / state

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନ ଗାଁରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ସ୍ବାମୀ ପ୍ରାଣ ହରାଇ ଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

bolero-and-bike-accident-in-nabarangpur-husband-death
ବୋଲେର ଓ ବାଇକ ମୁହାଁମୁହିଁ ଧକ୍କା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
author img

By

Published : Jun 26, 2020, 3:39 PM IST

ନବରଙ୍ଗପୁର: ସଡକ ଦୁର୍ଘଟଣାର ଜଣେ ମୃତ ଜଣେ ଗୁରୁତର । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନ ଠାରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ସ୍ବାମୀ ପ୍ରାଣ ହରାଇ ଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି ।

ବୋଲେର ଓ ବାଇକ ମୁହାଁମୁହିଁ ଧକ୍କା, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ବଡ଼ ମସିଗାଁ ଗ୍ରାମର ଟେମରାଜ ହରିଜନ ଓ ତାଙ୍କ ସ୍ତ୍ରୀ ଦ୍ରୌପଦୀ ହରିଜନ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅନ୍ତର୍ଗତ କୁପିଆ ଠାରେ ଏକ ଦଶାହ କ୍ରିୟାରେ ଯୋଗଦେବାକୁ ଯାଉଥିବାବେଳେ ଶାସନ ଗାଁର ସମ୍ମୁଖ ଭାଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଟେମରାଜ ହରିଜନ ମୃତ୍ୟୁବରଣ କରିଛନ୍ତି । ସ୍ତ୍ରୀ ଦ୍ରୌପଦୀ ଗୁରତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବୋଲେରୋ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.